Categories: Home Middleଖେଳ

୪୯ ବର୍ଷ ପରେ ଆଥ୍‌ଲେଟ୍‌ଙ୍କୁ ମିଳିଲା ସମ୍ମାନ

ଟୋକିଓ,୨୩।୭: ୧୯୭୨ ମ୍ୟୁନିକ୍‌ ଅଲିମ୍ପିକ୍ସରେ ଇସ୍ରାଏଲର ୯ ଜଣ ଆଥ୍‌ଲେଟଙ୍କୁ ହତ୍ୟା କରିଥିଲା ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ‘ବ୍ଲାକ ସେପ୍ଟେମ୍ବର’। ଏହି  ଆଥ୍‌ଲେଟଙ୍କ ପାଇଁ ଶୁକ୍ରବାର ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବରେ ଏକ ମିନିଟ୍‌ ଶୋକ ପାଳନ କରାଯାଇଛି। ଅଲିମ୍ପିକ୍ସ ଉପରେ ଆତଙ୍କବାଦୀ ଆକ୍ରମଣର ୪୯ ବର୍ଷ ପରେ ପୀଡ଼ିତଙ୍କ ପରିବାରକୁ ସମ୍ମାନ ମିଳିଛି।

ଘଟଣାରେ ପ୍ରାଣ ହରାଇଥିବା ୧୧ ଜଣ ପୀଡ଼ିତଙ୍କ ପରିବାର ପକ୍ଷରୁ ଦୀର୍ଘ ବର୍ଷ ହେଲା ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବରେ ଶୋକ ସଭା ଆୟୋଜନ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଆବେଦନ କରି ଆସୁଥିଲେ। ଶୁକ୍ରବାର ଟୋକିଓରେ ସେମାନଙ୍କ ଦାବି ପୂରଣ ହୋଇଛି।

ଆମକୁ ଛାଡ଼ି ଚାଲିଯାଇଥିବା ଅଲିମ୍ପିଆନ ଓ ସଦସ୍ୟଙ୍କୁ ଅଲିମ୍ପିକ୍‌ ସମ୍ପ୍ରଦାୟ ମନେ ପକାଉଛି। ୧୯୭୨ ମ୍ୟୁନିକ ଅଲିମ୍ପିକ୍ସ ବେଳେ ପ୍ରାଣ ହରାଇଥିବା ଇସ୍ରାଏଲ ପ୍ରତିନିଧି ଦଳ ସର୍ବଦା ଆମ ହୃଦୟରେ ରହିବ ଓ ସେମାନଙ୍କ ପାଇଁ ଛିଡ଼ା ହୁଅ ବୋଲି ଉଦ୍‌ଘାଟନୀ ଉତ୍ସବରେ ଘୋଷଣା କରାଯାଇଥିଲା। ଏହାପରେ ଷ୍ଟାଡିମୟକୁ ଏକ ମିନିଟ୍‌ ପାଇଁ ଅନ୍ଧାର କରି ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ୧୯୭୨ ସେପ୍ଟେମ୍ବର ୫ ତାରିଖରେ ଅଲିମ୍ପିକ୍ସ ଭିଲେଜରୁ ଇସ୍ରାଏଲର ୯ ଜଣ ଆଥ୍‌ଲେଟଙ୍କୁ ବନ୍ଦୀ କରି ନେଇଥିଲେ ପାଲେଷ୍ଟାଇନ ଆତଙ୍କବାଦୀ। ଏହି ଘଟଣାରେ ଇସ୍ରାଏଲର ୧୧ ଓ ଜଣେ ଜର୍ମାନ ପୋଲିସ କର୍ମଚାରୀ ପ୍ରାଣ ହରାଇଥିଲେ।

Share