ଜେରୁଜେଲମ୍ ,୬ା୧୨: ଇସ୍ରାଏଲ୍ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍ ଗନ୍ (ଏଲ୍ଏମ୍ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ ପ୍ରଥମ ଭାଗରୁ ଏହି ଯୋଗାଣ ଆରମ୍ଭ ହେବ। ପାଖାପାଖି ୧,୭୦,୦୦୦ ଅତ୍ୟାଧୁନିକ କାର୍ବାଇନ୍ ଯୋଗାଣ ପାଇଁ ଚୁକ୍ତି ସ୍ବାକ୍ଷର ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଭାରତକୁ ପିସ୍ତଲ, ରାଇଫଲ ଏବଂ ମେଶିନ୍ ଗନ୍ ଆଦି ଯୋଗାଇବା ପାଇଁ ଇସ୍ରାଏଲ୍ ଓ୍ବିପନ୍ ଇଣ୍ଡିଷ୍ଟ୍ରିଜ୍ ଭାରତର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସମେତ ବିଭିନ୍ନ ସଂସ୍ଥା ସହ ଏକାଠି କାର୍ଯ୍ୟ କରୁଥିବା ଏହାର ସିଇଓ କହିଛନ୍ତି। ଗତବର୍ଷ ହୋଇଥିବା ଚୁକ୍ତି ଅନୁଯାୟୀ ଆମେ ପ୍ରଥମେ ୪୦ ହଜାର ଏଲ୍ଏମ୍ଜି ଯୋଗାଇବାକୁ ଯାଉଛୁ ବୋଲି ସେ ସୂଚନା ଦେଇଛନ୍ତି।