ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼ ଇସ୍ପାତ କାରଖାନାକୁ ଟାର୍ଗେଟ କରିଥିଲା। ଇରାନୀ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ ଇସ୍ରାଏଲକୁ ଏହି “ଅପରାଧ” ପାଇଁ ଭାରୀ ମୂଲ୍ୟ ଦେବାକୁ ପଡିବ। ଇସ୍ରାଏଲୀ ସାମରିକ ବାହିନୀ ନିଶ୍ଚିତ କରିଛି ଯେ ଏହି ଆକ୍ରମଣଗୁଡ଼ିକ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ପଙ୍ଗୁ କରିବା ଏବଂ ଏହାର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେବା ପାଇଁ କରାଯାଇଥିଲା। ତଥାପି, ଇରାନର ପରମାଣୁ ଶକ୍ତି ସଂଗଠନ ଦାବି କରିଛି ଯେ ଏହି ଆକ୍ରମଣଗୁଡ଼ିକ କୌଣସି ରେଡିଓଆକ୍ଟିଭ ଲିକ କରିନାହିଁ ଏବଂ ଜୀବନ କିମ୍ବା ସମ୍ପତ୍ତିର କୌଣସି ଗୁରୁତ୍ୱପୂର୍ଣ୍ଣ କ୍ଷତି ହୋଇନାହିଁ।

ଇରାନୀ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, ” ଇରାନର ଦୁଇଟି ବୃହତ ଇସ୍ପାତ କାରଖାନା, ଏକ ବିଦ୍ୟୁତ୍‌ କେନ୍ଦ୍ର ଏବଂ ବେସାମରିକ ପରମାଣୁ ପ୍ରତିଷ୍ଠାନକୁ ଟାର୍ଗେଟ କରିଛି। ଏହି ଆକ୍ରମଣ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ନିର୍ଦ୍ଧାରିତ କୂଟନୈତିକ ସମୟସୀମା ଉଲ୍ଲଂଘନ କରୁଛି। ଇସ୍ରାଏଲ ଏହାର କାର୍ଯ୍ୟ ପାଇଁ ଭାରୀ ମୂଲ୍ୟ ଦେବ।”

 

 

Dharitri – Odisha’s No.1 Odia Daily

Share