ନୂଆଦିଲ୍ଲୀ,୯।୧୦: ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ଏବଂ ହମାସ ସହମତ ହୋଇଛନ୍ତି। ଏହା ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେ ଟୁଇଟରରେ ଲେଖିଛନ୍ତି, “ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଚୁକ୍ତିକୁ ସ୍ବାଗତ କରୁଛୁ। ଏହା ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଦୃଢ଼ ନେତୃତ୍ୱର ମଧ୍ୟ ପ୍ରତୀକ। ଆମେ ଆଶା କରୁଛୁ ଯେ ବନ୍ଧକଙ୍କ ମୁକ୍ତି ଏବଂ ଗାଜାର ଲୋକମାନଙ୍କୁ ବର୍ଦ୍ଧିତ ମାନବିକ ସହାୟତା ସେମାନଙ୍କୁ ଆଶ୍ୱସ୍ତି ଦେବ ଏବଂ ସ୍ଥାୟୀ ଶାନ୍ତି ପାଇଁ ପଥ ପ୍ରଶସ୍ତ କରିବ।”
ଇସ୍ରାଏଲ-ହମାସ ଚୁକ୍ତିନାମା ଗାଜାରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଏବଂ ବନ୍ଦୀମାନଙ୍କ ମୁକ୍ତି ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦିଏ। ଏହି ଐତିହାସିକ ଚୁକ୍ତିନାମା ଗୁରୁବାର ଇଜିପ୍ଟରେ ସ୍ବାକ୍ଷରିତ ହୋଇଥିଲା। ଟ୍ରମ୍ପ ଏହାକୁ ସ୍ଥାୟୀ ଶାନ୍ତି ଦିଗରେ ପ୍ରଥମ ପଦକ୍ଷେପ ବୋଲି କହିଥିଲେ, ଯେତେବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହାକୁ ଏକ କୂଟନୈତିକ ସଫଳତା ଏବଂ ଏକ ନୈତିକ ବିଜୟ ବୋଲି କହିଥିଲେ।
Dharitri – The Most Trusted Odia Daily of Odisha