ଗାଜା ଉପରେ ଏବେ ପର୍ଯ୍ୟନ୍ତ ୪୨୬ ଏୟାର ଷ୍ଟ୍ରାଇକ କଲାଣି ଇସ୍ରାଏଲ

ଜେରୁଜେଲମ,୮।୧୦: ଶନିବାର ଗାଜା ଷ୍ଟ୍ରିପରେ ଆରମ୍ଭ ହୋଇଥିବା ଏୟାର ଷ୍ଟ୍ରାଇକ ରବିବାର ମଧ୍ୟ ଜାରି ରହିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଗାଜା ଅଞ୍ଚଳରେ ରହୁଥିବା ନାଗରିକମାନଙ୍କୁ ସ୍ଥାନାନ୍ତର କରିଛି। ଆଇଡିଏଫ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜା ଉପରେ ୪୨୬ ଟି ଏୟାର ଷ୍ଟ୍ରାଇକ କରାଯାଇଛି, ସେଥିମଧ୍ୟରୁ ହମାସ ବ୍ୟବହାର କରୁଥିବା ୧୦ଟି ଟାୱାରକୁ ଟାର୍ଗେଟ କରାଯାଇଛି। ଗାଜା ଷ୍ଟ୍ରିପ ଚାରିପାଖରେ ୧୦ହଜାର ଇସ୍ରାଏଲ ସେନା ମଧ୍ୟ ନିୟୋଜିତ ହୋଇଛନ୍ତି।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ଯେ ଏହାର ଉଦ୍ଦେଶ୍ୟ ହେଉଛି ଗାଜା ଷ୍ଟ୍ରିପକୁ ନିୟନ୍ତ୍ରଣ କରିବା। ଆଇଡିଏଫ ଇଣ୍ଟରନ୍ୟାସନାଲ ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ରିଚାର୍ଡ ହେଚ କହିଛନ୍ତି ଯେ ବର୍ତ୍ତମାନ ଆମକୁ ଗୁରୁତ୍ୱପୂର୍ଣ ବିଷୟ ଗାଜା ଅଞ୍ଚଳକୁ ନିୟନ୍ତ୍ରଣ କରିବା। ପରବର୍ତ୍ତୀ ୧୨ ଘଣ୍ଟା ପାଇଁ ଆମର ଲକ୍ଷ୍ୟ ଅଛି। ଆମେ ସମଗ୍ର ଅଞ୍ଚଳକୁ ନିୟନ୍ତ୍ରଣ କରିବାକୁ ଏବଂ ଉଗ୍ରବାଦୀମାନଙ୍କୁ ହଟାଇବାକୁ ଚାହୁଁଛୁ।