Jerry Mawihmingthanga of Odisha FC celebrates his goal with players during match 108 of the 7th season of the Hero Indian Super League between Odisha FC and SC East Bengal held at the GMC Stadium, Bambolim, Goa, India on the 27th February 2021 Photo by Arjun Singh / Sportzpics for ISL
ବାମ୍ବୋଲିମ୍,୨୮।୨(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଓଡ଼ିଶା ଏଫ୍ସି ବିଜୟ ସହ ଅଭିଯାନ ଶେଷ କରିଛି। ଲିଗ୍ରେ ଓଡ଼ିଶା ତା’ର ବିଂଶତମ ତଥା ସଂଘର୍ଷପୂର୍ଣ୍ଣ ଅନ୍ତିମ ମୁକାବିଲାରେ ଇଷ୍ଟବେଙ୍ଗଲକୁ ୬-୫ ଗୋଲରେ ପରାସ୍ତ କରିଛି। ଏଥିସହିତ ଓଡ଼ିଶା ଲିଗ୍ରେ ନୈରାଶ୍ୟଜନକ ପ୍ରଦର୍ଶନ କରି ମୋଟ ୨୦ଟି ମ୍ୟାଚ୍ ଖେଳି ଦୁଇଟି ବିଜୟ, ୬ ଡ୍ର ଓ ୧୨ ପରାଜୟ ସହ ୧୨ ପଏଣ୍ଟ ପାଇ ତାଲିକାର ୧୧ତମ ତଥା ସର୍ବନିମ୍ନ ସ୍ଥାନରେ ରହିଛି। ଅନ୍ୟପଟେ ଇଷ୍ଟବେଙ୍ଗଲ୍ ୨୦ଟି ମ୍ୟାଚ୍ ଖେଳି ୩ ବିଜୟ, ୮ ଡ୍ର ଓ ୯ ପରାଜୟ ସହ ୧୭ ପଏଣ୍ଟ ହାସଲ କରି ତାଲିକାର ନବମସ୍ଥାନରେ ରହି ଅଭିଯାନ ଶେଷ କରିଛି।
ଓଡ଼ିଶା ତରଫରୁ ଲାଲରେଜୁଆଲା ସାଇଲଙ୍ଗ୍ ୩୩ ଓ ଡିଏଗୋ ମୌରିସିଓ ୬୯ ତମ ମିନିଟ୍ରେ ଗୋଲ ଦେଇଥିଲେ। ସେହିପରି ପଲ ରାମଫାଙ୍ଗାଜାଭା ୪୮ ଓ ୬୪ତମ ମିନିଟ୍ରେ ଦୁଇଟି ଗୋଲ ଦେଇଥିଲେ। ଜେରି ମହିମିଙ୍ଗ୍ଥାଙ୍ଗା ମଧ୍ୟ ୫୦ ଓ ୬୬ତମ ମିନିଟ୍ରେ ଦୁଇଟି ଗୋଲ ଦେଇଥିଲେ।
ଅପରପକ୍ଷରେ ଇଷ୍ଟବେଙ୍ଗଲ ତରଫରୁ ଆନ୍ତୋନୀ ପିକିଙ୍ଗଟନ ୨୪ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ଆରୋନ ଆମାଦି- ହୋଲୋଓ୍ବେ ୫୯ ଓ ଇଞ୍ଜୁରି ଟାଇମର ପଞ୍ଚମ ମିନିଟ୍ରେ ଦୁଇଟି ଗୋଲ ଦେଇଥିବା ବେଳେ ଜେଜେ ଲାଲପେଖଲୁଆ ୭୪ତମ ମିନିଟ୍ରେ ଗୋଲ ଦେଇଥିଲେ। ଓଡ଼ିଶା ଗୋଲକିପର ରବି କୁମାର ୩୬ତମ ମିନିଟ୍ ଆତ୍ମଘାତୀ ଗୋଲ କରିଥିଲେ। ଫଳରେ ଇଷ୍ଟବେଙ୍ଗଲ ୫ଟି ଗୋଲ ଦେବାକୁ ସକ୍ଷମ ହୋଇଥିଲା