Mohammed Rafique of SC East Bengal and Dylan James Fox of NorthEast United FC fight for ball during match 104 of the 7th season of the Hero Indian Super League between SC East Bengal and NorthEast United FC held at the Fatorda Stadium, Goa, India on the 23rd February 2021 Photo by Arjun Singh / Sportzpics for ISL
ମାର୍ଗାଓ,୨୪।୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ମଙ୍ଗଳବାର ଖେଳଯାଇଥିବା ମ୍ୟାଚ୍ରେ ନର୍ଥଇଷ୍ଟ ୟୁନାଇଟେଡ ୨-୧ ଗୋଲରେ ଇଷ୍ଟ ବେଙ୍ଗଲ୍କୁ ପରାସ୍ତ କରିଛି। ନର୍ଥଇଷ୍ଟ ତରଫରୁ ଭି.ପି. ସୁହେର ୪୮ତମ ମିନିଟ୍ରେ ଗୋଲ ଦେଇଥିଲେ। ୫୫ ମିନିଟ୍ରେ ଇଷ୍ଟ ବେଙ୍ଗଲର ସାର୍ଥକ ଗୋଲୁଇଙ୍କ ଆତ୍ମଘାତୀ ଗୋଲ ବଲରେ ନର୍ଥଇଷ୍ଟ ୨-୦ରେ ଅଗ୍ରଣୀ ହାସଲ କରିଥିଲା। ଏହାପରେ ୮୬ତମ ମିନିଟ୍ରେ ସାର୍ଥକ ଗୋଲୁଇ ଗୋଲ ଦେଇ ପରାଜୟ ବ୍ୟବଧାନକୁ କମାଇଥିଲେ। ୧୭ ପଏଣ୍ଟ ସହ ଇଷ୍ଟ ବେଙ୍ଗଲ ନବମ ସ୍ଥାନରେ ରହିଥିବା ବେଳେ ନର୍ଥଇଷ୍ଟ ୩୦ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି।