Lallianzuala Chhangte of Chennaiyin FC on the attack during match 89 of the 7th season of the Hero Indian Super League between Chennaiyin FC and Jamshedpur FC held at the GMC Stadium Bambolim, Goa, India on the 10th February 2021 Photo by Vipin Pawar / Sportzpics for ISL
ବାମ୍ବୋଲିମ,୧୧।୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ ଜାମଶେଦପୁର ଏଫ୍ସି ୧-୦ ଗୋଲରେ ଚେନ୍ନାଇନ୍ ଏଫ୍ସିକୁ ପରାସ୍ତ କରିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ରେ ୯୦ ତମ ମିନିଟ୍ରେ ଡେଭିଡ୍ ଗ୍ରାଣ୍ଡେ ଏକ ଚମତ୍କାର ଫିଲ୍ଡ ଗୋଲ ଦେଇ ଜାମଶେଦପୁରକୁ ଜିତାଇଥିଲେ। ବଲ୍ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ଚେନ୍ନାଇନ ଆଗରେ ଥିଲେ ମଧ୍ୟ ଫାଇଦା ଉଠାଇପାରି ନ ଥିଲା। ଜାମଶେଦପୁର ଏଥିସହ ୧୭ ମ୍ୟାଚ୍ ଖେଳି ୫ ବିଜୟ, ୬ ଲେଖାଏ ଡ୍ର ଓ ପରାଜୟ ସହ ୨୧ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପଟେ ଚେନ୍ନାଇନ୍ ୧୭ ମ୍ୟାଚ୍ ଖେଳି ୩ ବିଜୟ, ୮ ଡ୍ର ଓ ୬ ପରାଜୟ ସହ ୧୭ ପଏଣ୍ଟ ପାଇ ତାଲିକାର ଅଷ୍ଟମ ସ୍ଥାନରେ ରହିଛି।