Adam Lefondre of Mumbai City FC takes a penalty kick to score a goal during match 6 of the 7th season of the Hero Indian Super League between FC Goa and Mumbai City FC held at the Fatorda Stadium, Goa, India on the 25th November 2020 Photo by Faheem Hussain / Sportzpics for ISL
ମାର୍ଗାଓ, ୨୬।୧୧: ଆଡାମ ଲି ଫନ୍ଡ୍ରେଙ୍କ ଇଞ୍ଜୁରି ଟାଇମ୍ ପେନାଲ୍ଟି ଗୋଲ ବଳରେ ମୁମ୍ବାଇ ସିଟି ଏଫ୍ସି ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍) ମ୍ୟାଚରେ ଗତ ସଂସ୍କରଣର ଲିଗ୍ ପର୍ଯ୍ୟାୟ ବିଜେତା ଏଫସି ଗୋଆକୁ ୧-୦ ଗୋଲରେ ପରାସ୍ତ କରିଛି। ଫଳରେ ମୁମ୍ବାଇ ପୁରା ୩ ପଏଣ୍ଟ ପାଇଥିବାବେଳେ ଗୋଆକୁ ନିରାଶ ହେବାକୁ ପଡ଼ିଛି। ନିଜ ପ୍ରଥମ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡ ନିକଟରୁ ପରାଜିତ ହୋଇଥିବା ମୁମ୍ବାଇର ଏହା ପ୍ରଥମ ବିଜୟ। ଅନ୍ୟ ପକ୍ଷରେ ବେଙ୍ଗାଲୁରୁ ଏଫସି ବିପକ୍ଷରେ ମ୍ୟାଚ ଡ୍ର ରଖି ଅଭିଯାନ ଆରମ୍ଭ କରିଥିବା ଗୋଆ ଏଠାରେ ମଧ୍ୟ ନିରାଶ ହୋଇଛି। ବିଶେଷ କରି ମ୍ୟାଚକୁ ଡ୍ର ଦ୍ୱାରରେ ଦଳ ପହଞ୍ଚତ୍ଥିବାବେଳେ ପରାଜୟ ବରଣ ଅଧିକ ନୈରାଶ୍ୟ ଆଣିଛି। ମୁମ୍ବାଇର ସି.ଓ୍ବାଇ. ଗୋଡାର୍ଡ ପାସ୍ ଅଫ୍ ଦି ମ୍ୟାଚ ଏବଂ ଫନ୍ଡ୍ରେ ହିରୋ ଅଫ୍ ଦି ମ୍ୟାଚ ପୁରସ୍କାର ପାଇଛନ୍ତି।
ମ୍ୟାଚର ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ରହିଥିଲା। ଗତ ସଂସ୍କରଣର ଲିଗ୍ ବିଜେତା ଏଫସି ଗୋଆକୁ କଡ଼ା ଟକ୍କର ଦେଇଥିଲା ମୁମ୍ବାଇ ସିଟି। ଉଭୟ ଦଳ ଅନେକ ସୁଯୋଗ ପାଇଥିଲେ ହେଁ ଉପଯୁକ୍ତ ଫିନିଶିଂ ଅଭାବରୁ ଗୋଲ ହୋଇପାରି ନ ଥିଲା। ୩୯ତମ ମିନିଟରେ ଗୋଆର ରିଡିମ ଟ୍ଲାଙ୍ଗ୍ ବିପଜ୍ଜନକଭାବେ ପ୍ରତିପକ୍ଷ ଦଳର ହେର୍ନାନ ସାଣ୍ଟାନାଙ୍କୁ ଚ୍ୟାଲେଞ୍ଜ କରିଥିଲେ। ବଲ୍ ପାଇଁ ସଂଘର୍ଷ ଚାଲିଥିବାବେଳେ ଟ୍ଲାଙ୍ଗ୍ ମୁମ୍ବାଇ ଖେଳାଳିଙ୍କୁ ଆଣ୍ଠୁରେ ଆଘାତ କରିଥିବା ରେଫରିଙ୍କ ନଜରକୁ ଆସିଥିଲା। ଫଳରେ ସେ ୪୦ତମ ମିନିଟରେ ରେର୍ଡ୍କାର୍ଡ ଦେଖାଇଥିଲେ। ଫଳରେ ଗୋଆ ମ୍ୟାଚର ଅର୍ଦ୍ଧାଧିକ ସମୟ ୧୦ ଜଣିଆ ହୋଇ ଯାଇଥିଲା। ମ୍ୟାଚରେ ଗୋଆ ପ୍ରଭାବୀ ଥିବାବେଳେ ଟ୍ଲାଙ୍ଗ୍ଙ୍କ ପ୍ରଦର୍ଶନରେ ଅସନ୍ତୁଷ୍ଟ ହୋଇଥିଲେ କୋଚ୍ ଜୁଆନ ଫର୍ନାଣ୍ଡୋ।
ପ୍ରଥମାର୍ଦ୍ଧପରି ଦ୍ୱିତୀୟାର୍ଦ୍ଧ ମଧ୍ୟ ଉତ୍ତେଜନାପୂର୍ଣ୍ଣ ରହିଥିଲା। ତେବେ ସମକକ୍ଷ ପ୍ରଦର୍ଶନ ଯୋଗୁ ୯୦ ମିନିଟ ପର୍ଯ୍ୟନ୍ତ ଗୋଲ ହୋଇପାରି ନ ଥିଲା। ଶେଷ ୫ ମିନିଟ ଇଞ୍ଜୁରି ଟାଇମ୍ ମ୍ୟାଚରେ ରୋମାଞ୍ଚ ଆଣିଥିଲା। ୯୦+୩ ମିନିଟରେ ମୁମ୍ବାଇର ଇଂଲଣ୍ଡ ଜନ୍ମିତ ଜାପାନୀ ମିଡ୍ଫିଲ୍ଡର ସି.ଓ୍ବାଇ. ଗୋଡାର୍ଡ ଡାହାଣପଟରୁ ବଲ୍କୁ ନେଇ ଗୋଆର ଦୁଇ ଡିଫେଣ୍ଡରଙ୍କୁ ଚକ୍ମା ଦେଇ କ୍ରସ ଶଟ୍ ମାରିଥିବାବେଳେ ବିପିନ ସିଂ ହେଡ୍ ଜରିଆରେ ଏହାକୁ ଗୋଲରେ ପରିଣତ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ବଲ୍ଟି ବକ୍ସ ଏରିଆ ମଧ୍ୟରେ ଲେନି ରୋଡ୍ରିଗ୍ବେଜଙ୍କ ହାତରେ ବାଜିଥିଲା। ହ୍ୟାଣ୍ଡବଲ ହେବାରୁ ରେଫରି ମୁମ୍ବାଇକୁ ପେନାଲ୍ଟି ସୁଯୋଗ ଦେଇଥିଲେ। ୯୦+୪ତମ ମିନିଟରେ ଆଡାମ ଲି ଫନ୍ଡ୍ରେ ଏହାକୁ ଗୋଲରେ ପରିଣତ କରି ମୁମ୍ବାଇକୁ ବିଜୟୀ କରାଇଥିଲେ। ଚଳିତ ଆଇଏସ୍ଏଲ୍ରେ ପନ୍ଡ୍ରେଙ୍କର ଏହା ପ୍ରଥମ ଗୋଲ ଥିଲା। ଏହାର କିଛି ସମୟ ପରେ ରେଫରି ମ୍ୟାଚ ଶେଷ ସଙ୍କେତ ଦେଇଥିଲେ ଏବଂ ମୁମ୍ବାଇ ଦଳର ବିଜୟ ଉତ୍ସବ ଆରମ୍ଭ ହୋଇଥିଲା।