Categories: Home Leftଖେଳ

ଈଶାନ୍ତଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି

ଅହମ୍ମଦାବାଦ,୨୪।୨: ଭାରତୀୟ ପେସର ଈଶାନ୍ତ ଶର୍ମା ବୁଧବାର କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଛନ୍ତି। ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ ହୋଇଥିବା ଷ୍ଟାଡିୟମରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଈଶାନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ରାଷ୍ଟ୍ରପତି କୋବିନ୍ଦ ଭାରତୀୟ ପେସରଙ୍କୁ ନାମ ଫଳକ ପ୍ରଦାନ କରିଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ୧୦୦ତମ ଟେଷ୍ଟ ପାଇଁ ସ୍ବତନ୍ତ୍ର କ୍ୟାପ୍‌ ଦେଇଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆ) ପକ୍ଷରୁ ଏହାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ନରେନ୍ଦ୍ର ମୋଦି ଷ୍ଟାଡିୟମ ଉଦ୍‌ଘାଟନ ଅବସରରେ ରାଷ୍ଟ୍ରପତି କୋବିନ୍ଦ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ପ୍ରତ୍ୟେକ ଖେଳାଳିଙ୍କୁ ଭେଟିଥିଲେ।