Categories: Home Leftଖେଳ

ପଦାର୍ପଣ କରିବେ ଇଶାନ, ସୂର୍ଯ୍ୟକୁମାର

ଅହମ୍ମଦାବାଦ,୧୪।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିବାକୁ ଯାଉଛନ୍ତି ଇଶାନ କିଷାନ ଓ ସୂର୍ଯ୍ୟକୁମାର ଯାଦବ। ଇଶାନଙ୍କୁ ଓପନର ଶିଖର ଧାଓ୍ବନଙ୍କ ସ୍ଥାନରେ ଦଳରେ ସୁଯୋଗ ଦିଆଯାଇଛି। ଆଉ ଅଲରାଉଣ୍ଡର ଅକ୍ଷର ପଟେଲ ଦଳରେ ସ୍ଥାନ ବଜାୟ ରଖି ପାରି ନାହାନ୍ତି। ତାଙ୍କ ବଦଳରେ ସୂର୍ଯ୍ୟକୁମାରଙ୍କୁ ମିଳିଛି ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିବାର ସୁଯୋଗ।

ଭାରତୀୟ ଦଳ : ଲୋକେଶ ରାହୁଲ, ଇଶାନ କିଶାନ, ବିରାଟ କୋହଲି (ଅଧିନାୟକ), ଋଷଭ ପନ୍ତ (ଉଇକେଟକିପର), ଶ୍ରେୟାସ ଆୟାର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଭୁବନେଶ୍ୱର କୁମାର ଓ ୟୁଜବେନ୍ଦ୍ର ଚହଲ।