ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ। ଇଶାନଙ୍କ ଜେଜେବାପା ଅନୁରାଗ ପାଣ୍ଡେ ଏକ ସାକ୍ଷାତକାରରେ ଇଶାନଙ୍କ ପସନ୍ଦ ଓ ବିବାହ ଯୋଜନା ବିଷୟରେ ସ୍ପଷ୍ଟ କରିଛନ୍ତି।

ଈଶାନ ବର୍ତ୍ତମାନ କଲମ୍ବୋରେ ଅଛନ୍ତି ଏବଂ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଭାରତକୁ ବିଶ୍ୱକପ ଜିତାଇବା ଉପରେ ରହିଛି। ତେବେ ତାଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱକପ ଶେଷ ହେବା ପରେ ଇଶାନ ଜୀବନର ନୂଆ ଇନିଂସ ଆରମ୍ଭ କରିପାରନ୍ତି। ଜେଜେବାପା କହିଛନ୍ତି ଯେ, ଇଶାନ ଯାହାକୁ ପସନ୍ଦ କରିବେ ତାଙ୍କୁ ଘରର ବୋହୂ ଭାବେ ଗ୍ରହଣ କରିବାକୁ ପରିବାର ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଅନୁରାଗ ପାଣ୍ଡେଙ୍କ କହିବା ଅନୁସାରେ, ଇଶାନଙ୍କ ବଡ଼ ଭାଇ ମଧ୍ୟ ନିଜ ପସନ୍ଦର ଝିଅକୁ ବିବାହ କରିଛନ୍ତି। ତେଣୁ ଇଶାନଙ୍କ ନିଷ୍ପତ୍ତିରେ ମଧ୍ୟ ପରିବାର ଖୁସି। ଲୋକେ କ’ଣ କହିବେ ସେଥିରେ କିଛି ଯାଏ ଆସେ ନାହିଁ। ନାତି ଯାହା ସହ ଖୁସିରେ ରହିବ, ତାହା ହିଁ ଆମ ପାଇଁ ସବୁଠୁ ବଡ଼ କଥା।

କେବଳ ଏତିକି ନୁହେଁ ଇଶାନଙ୍କ ଜେଜେବାପା ସିଧାସଳଖ ଈଶାନଙ୍କ ଅଦିତି ହୁଣ୍ଡିଆଙ୍କ ନାଁ ନେଇଛନ୍ତି। ଅଦିତି ଜଣେ ପ୍ରତିଷ୍ଠିତ ମଡେଲ ଏବଂ ସୋସିଆଲ ମିଡିଆ ଷ୍ଟାର। ସେ ‘ମିସ୍‌ ଇଣ୍ଡିଆ’ ପ୍ରତିଯୋଗିତାରେ ରନର୍ସ-ଅପ ରହିଥିଲେ ଏବଂ ‘ମିସ ସୁପ୍ରାନାସନାଲ ଇଣ୍ଡିଆ ୨୦୧୮’ ଟାଇଟଲ ମଧ୍ୟ ଜିତିଛନ୍ତି। ରିପୋର୍ଟ ଅନୁଯାୟୀ, ଅଦିତିଙ୍କ ନେଟୱର୍ଥ ପ୍ରାୟ ୧୨ କୋଟି ଟଙ୍କା। ସେ ଜୟପୁରର ବାସିନ୍ଦା।

ଇଶାନଙ୍କ ଜେଜେବାପା କହିଛନ୍ତି ଯେ ଇଶାନ ତାଙ୍କୁ କହିଥିଲେ ଯେ ଅଦିତି ତାଙ୍କର ଏକ ପୁରୁଣା ସାକ୍ଷାତକାର ଦେଖି ବହୁତ ଖୁସି ହୋଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଅଦିତି ଏବଂ ଇଶାନଙ୍କ ସମ୍ପର୍କକୁ ପରିବାର ପକ୍ଷରୁ ସମ୍ପୂର୍ଣ୍ଣ ସ୍ବୀକୃତି ମିଳିସାରିଛି।

Dharitri – Odisha’s No.1 Odia Daily

Share