Joel Joseph Chianese of Hyderabad FC in action during match 91 of the 7th season of the Hero Indian Super League between SC East Bengal and Hyderabad FC held at the Tilak Maidan Stadium, Goa, India on the 12th February 2021 Photo by Faheem Hussain / Sportzpics for ISL
ଭାସ୍କୋ,୧୩।୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶୁକ୍ରବାର ଏସ୍ସି ଇଷ୍ଟ ବେଙ୍ଗଲ ଓ ହାଇଦ୍ରାବାଦ ଏଫ୍ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୧-୧ ଗୋଲରେ ଡ୍ର ରହିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି ମ୍ୟାଚ୍ର ୫୯ତମ ମିନିଟରେ ବ୍ରାଇଟ୍ ଏନୋବାଖ୍ରେ ଗୋଲ ଦେଇ ଇଷ୍ଟବେଙ୍ଗଲକୁ ଅଗ୍ରଣୀ କରାଇଥିଲେ। ନିର୍ଦ୍ଧାରିତ ସମୟ ଶେଷ ପର୍ଯ୍ୟନ୍ତ ଇଷ୍ଟ ବେଙ୍ଗଲ ଅଗ୍ରଣୀ ବଜାୟ ରଖିଥିଲା। ତେବେ ଇଞ୍ଜୁରି ଟାଇମ୍ର ଦ୍ୱିତୀୟ ମିନିଟ୍ରେ ହାଇଦ୍ରାବାଦର ଆଡ୍ରିଆନ ସାଣ୍ଟାନା ଗୋଲ ଦେଇ ମ୍ୟାଚ୍କୁ ସମାନ ସ୍ଥିତିକୁ ଆଣିଥିଲେ ଓ ଶେଷରେ ମ୍ୟାଚ୍ ଡ୍ର ରହିଥିଲା। ଏଥିସହ ଇଷ୍ଟ ବେଙ୍ଗଲ ଏପର୍ଯ୍ୟନ୍ତ ୧୭ ମ୍ୟାଚ୍ ଖେଳି ୩ ବିଜୟ, ୮ ଡ୍ର ଓ ୬ ପରାଜୟ ସହ ୧୭ ପଏଣ୍ଟ ପାଇ ତାଲିକାର ନବମ ସ୍ଥାନରେ ରହିଛି। ଅନ୍ୟପଟେ ହାଇଦ୍ରାବାଦ ୧୭ ମ୍ୟାଚ୍ ଖେଳି ୫ ବିଜୟ, ୯ ଡ୍ର ଓ ୩ ପରାଜୟ ସହ ୨୪ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି।