ପୁଣି ନିକଟତର ହେଉଛନ୍ତି କି ଉର୍ବଶୀ-ପନ୍ତ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ ଦେଖିବାକୁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ। ଏହା ସହିତ ଅକ୍ଷୟ କୁମାର, ମୌନି ରୟଙ୍କ ସମେତ ଅନେକ ଭାରତୀୟ ସେଲିବ୍ରିଟି ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ହୋଇଥିଲେ। କିନ୍ତୁ, ଏସବୁ ମଧ୍ୟରେ ଜଣେ ସେଲିବ୍ରିଟିଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ହେଉଛନ୍ତି ଅଭିନେତ୍ରୀ ଉର୍ବଶୀ ରଉତେଲା। ଉର୍ବଶୀ ଏବଂ ଭାରତୀୟ ଉଇକେଟ୍‌ କିପର ରିଷଭ ପନ୍ତଙ୍କ ଡେଟିଂ ବିଷୟରେ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ପରେ ଉଭୟଙ୍କ ବ୍ରେକଅପ ଖବର ସାମ୍ନାକୁ ଆସିଥିଲା। ରିଷଭ ପନ୍ତଙ୍କ ସହ ବ୍ରେକଅପ କରିବା ପରେ ଉର୍ବଶୀଙ୍କୁ ଷ୍ଟାଡିୟମରେ କେବେବି ଦେଖିବାକୁ ମିଳି ନ ଥିଲା, କିନ୍ତୁ ହଠାତ୍‌ ତାଙ୍କ ମ୍ୟାଚ ଦେଖିବା ପାଇଁ ପହଞ୍ଚିବା ପରେ ସେ ପୁଣି ପନ୍ତଙ୍କ ନିକଟତର ହେଉଛନ୍ତି କି ବୋଲି ପ୍ରଶ୍ନ ଉଠିଛି।
୨୦୧୯ରେ ରିଷଭ ଏବଂ ଉର୍ବଶୀ ଜୁହୁର ଏଷ୍ଟେଲା ହୋଟେଲରେ ବିଳମ୍ବିତ ରାତ୍ରି ପାର୍ଟି କରିବାକୁ ଯାଉଥିବାର ଦେଖାଯାଇଥିଲା, ଯାହା ପରେ ସୋସିଆଲ ମିଡିଆରେ ଉଭୟଙ୍କ ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ତା’ପରେ ଖବର ଆସିଥିଲା ଯେ ଉର୍ବଶୀ ଏବଂ ରିଷଭ ପନ୍ତ ଅଲଗା ହୋଇ ଯାଇଥିଲେ। ପରିସ୍ଥିତି ଏପରି ହୋଇଥିଲା ହ୍ବାଟସଆପ୍ରେ ଉର୍ବଶୀଙ୍କୁ ବ୍ଲକ କରିଦେଇଥିଲେ।
ସେତେବେଳେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ରିଷଭ ପନ୍ତ ଏକାଦଶ ଖେଳିବାର ସୁଯୋଗ ପାଇ ନ ଥିଲେ। ଏଥି ସହିତ ସେ ପଡ଼ିଆରେ ମଧ୍ୟ ଖରାପ ଫର୍ମରେ ଥିଲେ। ଯାହାକୁ ନେଇ ସେ ମଧ୍ୟ ଚିନ୍ତିତ ଥିଲେ। କଳ୍ପନାଜଳ୍ପନା ଚାଲିଥିଲା ଯେ, ଏହି ଟେନସନ ରିଷଭ ଉର୍ବଶୀଙ୍କୁ ହ୍ବାଟସଆପ୍‌ରେ ବ୍ଲକ କରିଥିଲେ। ରିଷଭ ଏବେ ଇଶା ନେଗିଙ୍କୁ ଡେଟିଂ କରୁଛନ୍ତି। ଇଶା ଡେରାଡୁନରୁ ଆସିଛନ୍ତି ଏବଂ ସେ ଜଣେ ଇଣ୍ଟେରିୟର ଡିଜାଇନର ଇନଷ୍ଟାଗ୍ରାମରେ ଇଶା ନେଗି ବହୁତ ସକ୍ରିୟ ଅଛନ୍ତି।