ଆଧାରକାର୍ଡରେ ମୋବାଇଲ ନମ୍ବର ଲିଙ୍କ୍‌ ନାହିଁ କି? ତେବେ କିପରି କରିବେ ସଂଶୋଧନ, ଜାଣନ୍ତୁ ପ୍ରକ୍ରିୟା…

ନୂଆଦିଲ୍ଲୀ,୯ା୮: ଆଧାରକାର୍ଡ ହେଉଛି ଭାରତରେ ବ୍ୟବହୃତ ସବୁଠାରୁ ସାଧାରଣ ଡକ୍ୟୁମେଣ୍ଟ, ଦେଶର ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ପାଖରେ ଆଧାରକାର୍ଡ ଅଛି। ସ୍କୁଲ-କଲେଜରେ ପ୍ରବେଶ କରିବାଠାରୁ ଆରମ୍ଭ କରି ସରକାରୀ ଯୋଜନାର ଲାଭ ନେବା ପର୍ଯ୍ୟନ୍ତ, ଆଧାରକାର୍ଡ ଆବଶ୍ୟକ।

ଆଧାରକାର୍ଡ ତିଆରି କରିବା ସମୟରେ ଅନେକ ସମୟରେ ଲୋକମାନେ ଭୁଲବଶତଃ ନାମର ବନାନ ଭୁଲ୍‌ ଲେଖିଥାନ୍ତି। ଯାହା ଫଳରେ ସେମାନଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେମାନେ ଅନେକ ଯୋଜନାରେ ଲାଭ ପାଇବାରେ ଅସୁବିଧା ଭୋଗ କରିଥାନ୍ତି। କାରଣ ଆଧାରକାର୍ଡ ଏବଂ ବାକି ଡକ୍ୟୁମେଣ୍ଟରେ ସେମାନଙ୍କ ନାମ ଭିନ୍ନ ରହିଥବାରୁ।

କିନ୍ତୁ UIDAI ଲୋକମାନଙ୍କୁ ଆଧାର କାର୍ଡ ସଂଶୋଧନ କରିବାର ସୁଯୋଗ ଦିଏ। ଆପଣ ଆପଣଙ୍କ ନାମର ବନାନ ସଂଶୋଧନ କରିପାରିବେ। କିନ୍ତୁ କିଛି ଲୋକଙ୍କର ମୋବାଇଲ ନମ୍ବର ଆଧାର ସହିତ ଲିଙ୍କ୍‌ ନାହିଁ। ଯାହା ଯୋଗୁ ସେମାନେ ପ୍ରକ୍ରିୟା କରିପାରନ୍ତି ନାହିଁ।

ଯଦି ମୋବାଇଲ ନମ୍ବର ଆଧାର ସହିତ ଲିଙ୍କ୍‌ ନାହିଁ, ତେବେ ଅନଲାଇନ ଅପଡେଟ୍‌ ଅପ୍ସନ ସୀମିତ ହୋଇଯାଏ। ଏବଂ ଏହା ଯୋଗୁ ଆପଣ ଅନଲାଇନ୍‌ରେ ନାମ ସଂଶୋଧନ କରିବାର ପ୍ରକ୍ରିୟା କରିପାରିବେ ନାହିଁ। ଏଥିପାଇଁ ଆପଣଙ୍କୁ ଆଧାର ସେବା କେନ୍ଦ୍ର କିମ୍ବା ପୋଷ୍ଟ ଅଫିସକୁ ଯିବାକୁ ପଡ଼ିବ।

ଆପଣଙ୍କୁ ନାମ ପରିବର୍ତ୍ତନ ପାଇଁ ଆବେଦନ କରିବାକୁ ପଡ଼ିବ। ଏଠାରେ ଆପଣଙ୍କୁ ଏକ ବୈଧ ପରିଚୟ ପତ୍ର ଆବଶ୍ୟକ ହେବ। ଯେଉଁଥିରେ ସଠିକ୍‌ ନାମ ଲେଖାଯାଇଛି। ଡକ୍ୟୁମେଣ୍ଟଗୁଡ଼ିକୁ ମେଳ କରିବା ଏବଂ ଯାଞ୍ଚ କରିବା ପରେ ହିଁ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୁଏ। ତେଣୁ ଆପଣଙ୍କର ବାୟୋମେଟ୍ରିକ୍‌ ଯାଞ୍ଚ ଆଧାର ସେବା କେନ୍ଦ୍ରରେ କରାଯିବ।

ଆପଣଙ୍କର ପରିଚୟ ଟିପଚିହ୍ନ ଏବଂ ଫଟୋ ମାଧ୍ୟମରେ ଯାଞ୍ଚ କରାଯିବ ଯାହା ଦାରା କୌଣସି ନକଲି ଅପଡେଟ୍‌ ନହୁଏ। ଏହି ସମୟରେ ଅଧିକାରୀମାନେ ଆପଣଙ୍କର ଡକ୍ୟୁମେଣ୍ଟଗୁଡ଼ିକୁ ସ୍କାନ କରି ସିଷ୍ଟମରେ ଅପଲୋଡ୍‌ କରନ୍ତି ଏବଂ ଆବେଦନକୁ ନିଶ୍ଚିତ କରନ୍ତି। ଆବେଦନ ଦାଖଲ କରିବା ପରେ ଆପଣଙ୍କୁ ଏକ ଅପଡେଟ୍‌ ଅନୁରୋଧ ନମ୍ବର ମିଳିଥାଏ। ଯାହା ମାଧ୍ୟମରେ ଆପଣ ସ୍ଥିତି ଟ୍ରାକ୍‌ କରିପାରିବେ।

ଆପଣଙ୍କର ନାମ ସଂଶୋଧନ କରିବା ସହିତ ଆପଣ ଆପଣଙ୍କର ମୋବାଇଲ ନମ୍ବରକୁ ମଧ୍ୟ ଲିଙ୍କ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ୫୦ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ଯାହାକୁ ଆପଣଙ୍କୁ ସେଠାରେ ଜମା କରିବାକୁ ପଡ଼ବି। ସେବା କେନ୍ଦ୍ରରୁ ମିଳୁଥିବା ରସିଦକୁ ସୁରକ୍ଷିତ ରଖନ୍ତୁ।