ଈଶ୍ୱରଙ୍କ ନାମ ଅନୁଯାୟୀ ଶିଶୁର ନାମ ରଖୁଛନ୍ତି କି…

ଘରେ ଶିଶୁଟିଏ ଜନ୍ମନେବା ମାତ୍ରେ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଥାଏ। ଏହା ପରେ ପରିବାର ଲୋକେ ଏକୋଇଶିଆରେ ଗଣକ ଡକାଇ ଶିଶୁର ନାମକରଣ କରି ସେହି ନାମରେ ଡାକିବା ଆରମ୍ଭ କରିଥାଆନ୍ତି। ତେବେ ନାମକରଣ ସମୟରେ ନିମ୍ନଲିଖିତ କେତୋଟି କଥା ଉପରେ ଗୁରୁତ୍ୱ ଦେବା ଜରୁରୀ।

-ଶିଶୁର ନାମ କୌଣସି ସ୍ଥାନର ନାମ ଅନୁସାରେ ରଖନ୍ତୁ ନାହିଁ। କାରଣ ଅନେକ ସମୟରେ ଏପରି ହୋଇଥାଏ, ଶିଶୁ ଯେଉଁଠାରେ ଜନ୍ମଗ୍ରହଣ କରିଥାଏ; ପିତାମାତା ସେହି ସ୍ଥାନର ନାମାନୁସାରେ ତା’ର ନାମ ରଖିଥା’ନ୍ତି। ତାହା ଭବିଷ୍ୟତରେ ଶିଶୁ ପାଇଁ ସମସ୍ୟା ସୃଷ୍ଟି କରିଥାଏ।

-ଆପଣ ଶିଶୁଟିର ନାମ ଯାହା ବି ରଖନ୍ତୁ, ତାହାର ଅର୍ଥ ବୁଝାପଡ଼ିବା ଆବଶ୍ୟକ। ଏହା ସହ ନାମର ଅର୍ଥ ଯେପରି କୌଣସି ସକାରାତ୍ମକ ଦିଗକୁ ସୂଚାଉଥିବ। ସେ ନେଇ ମଧ୍ୟ ଦୃଷ୍ଟି ଦେବା ଉଚିତ।

-ଆପଣ ଯେଉଁ ଧର୍ମାବଲମ୍ବୀ ହୁଅନ୍ତୁ ନା କାହିଁକି, ଈଶ୍ୱରଙ୍କ ନାମ ଅନୁଯାୟୀ ଶିଶୁର ନାମ ରଖନ୍ତୁ ନାହିଁ। କାରଣ ଏହାଦ୍ୱାରା ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦେଖାଯାଇଥାଏ। ଏହା ଶିଶୁର ସାମାଜିକ ମିଳାମିଶାରେ ବାଧା ସୃଷ୍ଟି କରିପାରେ।

-ଅନେକ ସମୟରେ ଏପରି ହୋଇଥାଏ, ପିତାମାତା କୌଣସି ମହାପୁରୁଷଙ୍କ ନାମ ଅନୁସାରେ ଶିଶୁର ନାମ ଦେଇଥା’ନ୍ତି। ନାମ ଅନୁସାରେ ଶିଶୁ ପ୍ରସିଦ୍ଧି ଲାଭ କରିବ ବୋଲି ସେମାନଙ୍କ ବିଶ୍ୱାସ । ଆପଣ ମନେରଖିବା ଉଚିତ ଯେ, ଶିଶୁ ନାମ ନୁହେଁ ବରଂ କାମ ଅନୁସାରେ ପ୍ରସିଦ୍ଧି ଲାଭ କରିଥାଏ।

-ପରିବାରର ଅନେକ ସଦସ୍ୟ ବିଭିନ୍ନ ନାଁ ଦେବାକୁ ଚାହୁଁଥିବା ବେଳେ ପିତାମାତା ଏକାଧିକ ନାମକୁ ଯୋଡ଼ି ଶିଶୁର ନାମ ଦେଇଥା’ନ୍ତି। ତେବେ ଏପରି ଆଦୌ କରନ୍ତୁ ନାହିଁ। ଏହା ଦ୍ୱାରା ଶିଶୁକୁ ସମ୍ବୋଧନ କରିବାରେ ଅସୁବିଧା ହୋଇଥାଏ।

Share