କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ ମହିଳାଙ୍କୁ ପତି ପତ୍ନୀର ମାନ୍ୟତା ମିଳିଥାଏ ଓ ସେମାନେ ସାମାଜିକ ଭାବେ ସାଥିରେ ରହିବାକୁ ସ୍ୱୀକୃତ ହୋଇଥାନ୍ତି । ତେବେ ଆଜିକାଲି ଏହାର ବିପରୀତ ଦିଗରେ ଯାଇ ଅନେକ  ଯୁବତୀ ଯୁବକ ବାହା ନହୋଇ ଏକା ସହିତ ଲିଭ ଇନ ସମ୍ପର୍କରେ ରହୁଛନ୍ତି । ଦେଶର ପ୍ରାୟ ସମସ୍ତ ବଡ ସହରରେ ମଧ୍ୟ ଦିନକୁ ଦିନ ଲିଭ ଇନ ରିଲେସନରେ ରହୁଥିବା କପଲ ମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ତେବେ ଭାରତରେ ଏପରି ସମ୍ପର୍କକୁ ସାମାଜିକ ଭାବେ ଅସ୍ୱିକାର କରାଯାଇଥାଏ । ହେଲେ ଏହି ଲିଭ ଇନ ରିଲେସନସିପକୁ ନେଇ ଭାରତରେ କଣ ଆଇନ କାନୁନ ରହିଛି ତାହା ଆପଣ ଜାଣନ୍ତି କି? ଆମମାନଙ୍କ ମଧ୍ୟରୁ ଅନେକ ଭାବନ୍ତି ଯେ, ସାମ୍ୱିଧାନିକ ଭାବେ ବିବାହ ଯୋଗ୍ୟ ହେବା ପରେ ଯେ କେହି ବି ଲିଭ ଇନରେ ରହିପାରିବେ । ତେବେ ନିକଟରେ ଆସିଥିବା ଏକ ହାଇକୋର୍ଟ ରାୟ ଏହି ନିୟମକୁ ନେଇ ସ୍ପଷ୍ଟ ସୂଚନା ପ୍ରଦାନ କରିଛି ।

ନିକଟରେ ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଏ ପ୍ରକାରର ସମ୍ପର୍କ ରଖିବା ବେଆଇନ ନୁହେଁ ବୋଲି କହିଛନ୍ତି । କୋର୍ଟ ନିଜ ରାୟରେ କହିଛନ୍ତି ଯେ, ଯଦି ଦୁଇଜଣ ସାଥି ପ୍ରାପ୍ତ ବୟସ୍କ ହୋଇଥିବେ ଓ ପରସ୍ପରର ଇଚ୍ଛା ମୁତାବକ ସାଥିରେ ରହୁଥିବେ ତ ଏଥିରେ କୌଣସି ତୃତୀୟ ପକ୍ଷ କିମ୍ୱା ପରିବାର ହସ୍ତକ୍ଷେପ କରିପାରିବେ ନାହିଁ ।

ସମ୍ବିଧାନର ଧାରା ୨୧ ଅନୁଯାୟୀ ଆବେଦନକାରୀଙ୍କର ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ଅଛି। ବିବାହ କରିବା କିମ୍ବା ନ କରିବା ଦ୍ୱାରା ଏହି ଅଧିକାର ପ୍ରଭାବିତ ହୋଇପାରିବ ନାହିଁ। ଘରୋଇ ହିଂସା ଆଇନ, ୨୦୦୫ ଅନୁଯାୟୀ, ଲିଭ୍-ଇନ୍ ସମ୍ପର୍କରେ ରହୁଥିବା ମହିଳାମାନେ ମଧ୍ୟ ସୁରକ୍ଷା, ଭରଣପୋଷଣ ଏବଂ ଅନ୍ୟାନ୍ୟ ସୁବିଧା ପାଇପାରିବେ।