ଗୋଟିଏ ନୁହେଁ ଦୁଇଟି ମହାଭିଯୋଗ ନୋଟିସ ସ୍ବୀକାର କରିଥାନ୍ତେ ଧନଖର? ଅପରାହ୍ନ ୧ଟାରୁ ୫ଟା ମଧ୍ୟରେ କିଭଳି ବଦଳିଗଲା ସ୍ଥିତି…

ନୂଆଦିଲ୍ଲୀ,୨୨।୭: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖର ହଠାତ ଇସ୍ତଫା ଦେବା ପରେ ରାଜନୈତିକ ଉଷ୍ମତା ବଢ଼ିଛି। ବିରୋଧୀ ଦଳ ଏହି ପଦକ୍ଷେପକୁ ବିଏସିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜେ ପି ନଡ୍ଡା ଏବଂ କିରେନ ରିଜିଜୁଙ୍କ ଅନୁପସ୍ଥିତି ସହ ଯୋଡ଼ୁଛି। ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଧନଖର ସଭାପତି ଭାବେ ରାଜ୍ୟ ସଭାର କାର୍ଯ୍ୟଭାର ସମ୍ଭାଳିଥିଲେ। ଅପରାହ୍ନରେ ସେ ବିରୋଧୀ ଏମ୍‌ପିମାନଙ୍କୁ ଭେଟିଥିଲେ ଏବଂ ବିଏସିର ଏକ ବୈଠକ ଡକାଇଥିଲେ।
ପରେ ହଠାତ ପାଖାପାଖି ରାତି ୧୦ଟାରେ ଧନଖର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବୋଧିତ କରି ଏକ ଚିଠିରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଏହାକୁ ସହଜରେ ଗ୍ରହଣ କରିପାରୁନାହିଁ ବିରୋଧୀ ଦଳ। ସେ ନିଜସ୍ବ ଇଚ୍ଛାରେ ନୁହେଁ ବରଂ ଜୋର କରିବା ଯୋଗୁ ସେ ଇସ୍ତଫା ଦେଇଥିବା ସେମାନେ କହୁଛନ୍ତି। ରାଜ୍ୟ ସଭାରେ ବିରୋଧ ଦଳ ପକ୍ଷରୁ ଦିଆଯାଇଥିବା ମହାଭିଯୋଗର ଦୁଇଟି ନୋଟିସ ସେ ସ୍ବିକାର କରିଥାନ୍ତି(ଗୋଟିଏ ବିଚାରପତି ବର୍ମା ଏବଂ ଦ୍ୱିତୀୟଟି ବିଚାରପତି ଶେଖର ଯାଦବ)ଙ୍କ ବିରୋଧରେ। ସୋମବାର ଅପରାହ୍ନ ୧ଟାରୁ ଅପରାହ୍ନ ୫ଟା ଯାଏର ସମୟ ଗୁରୁତ୍ୱପୂର୍ଣ୍ଣ ଥିଲା। ସେତିକି ବେଳେ ହିଁ ସବୁ ବଦଳିଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି।
ଅପରାହ୍ନ ୧ଟା: ରାଜ୍ୟ ସଭାରେ ବିରୋଧୀ ଦଳ ବୈଠକର ନିଷ୍କର୍ସ ବାହାରି ନ ଥିଲା। ଏଥିଯୋଗୁ ଅପରେଶନ ସିନ୍ଦୂରକୁ ନେଇ ଚର୍ଚ୍ଚା କରିବା ପ୍ରସଙ୍ଗ ଉପରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅପରାହ୍ନ ୪.୩୦ରେ ଆୟୋଜିତ କରିବାକୁ ନିର୍ଣ୍ଣୟ ନିଆଯାଇଥିଲା।
ଅପରାହ୍ନ ୨.୨୦: ରାଜ୍ୟ ସଭାରେ କଂଗ୍ରେସର ମୁଖ୍ୟ ସଚେତକ ଜୟରାମ ରମେଶ ଅପରାହ୍ନ ୨.୨୦ରେ ସଭାପତି ଧନଖରଙ୍କ କାର୍ଯ୍ୟାଳୟ ଯାଇଥିଲେ। ସେଠାରେ ବ୍ୟକ୍ତିଗତ ସଚିବଙ୍କୁ ମହାଭିଯୋଗ ଉପରେ ୬୩ ବିରୋଧୀ ଏମ୍‌ପିଙ୍କୁ ନୋଟିସ ପଠାଇଥିଲେ।
ଅପରାହ୍ନ ୩.୪୦: ଜୟରାମ ରମେଶ ଏନେଇ ସୋସିଆଲ ମିଡିଆରେ ଘୋଷଣା କରିଥିଲେ।
ଅପରାହ୍ନ ୪.୦୭: ରାଜ୍ୟ ସଭାରେ ସଭାପତି ଧନଖର ବିଚାରପତି ଯଶବନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ବିଷୟରେ ଗୃହରେ ବିରୋଧୀ ଦଳ ଦେଇଥିବା ନୋଟିସ ନେଇ ସୂଚନା ଦେଇଥିଲେ। ଏଥିସହ ସେ ଘୋଷଣା କରିଥିଲେ ଯେ ସେ ବିଚାରପତି ଶେଖର ଯାଦବଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଲାଗି ଦିଆଯାଇଥିବା ନୋଟିସର ଯାଞ୍ଚ କରିଛନ୍ତି। ଏଥିରେ ଜଣେ ବିରୋଧି ଏମ୍‌ପି ଦୁଇଥର ହସ୍ତାକ୍ଷର କରିଥିବା କହିଥିଲେ। ଏନେଇ ସେ ଗୃହରେ ସୂଚନା ଦେବେ ବୋଲି କହିଥିଲେ।
ଅପରାହ୍ନ ୪.୩୦: ନଡ୍ଡା ଏବଂ ରେଜିଜୁ ବୈଠକରେ ସାମିଲ ହୋଇ ନ ଥିଲେ। ଏହାର କାରଣ ପଚାରିବାରୁ ଭାଜପା ଏମ୍‌ପି ଦୁହେଁ ସାମିଲ ହୋଇପାରିବେ ନାହିଁ ବୋଲି କହିଥିଲେ। ଏହା ଶୁଣି ଧନଖର ଖପ୍ପା ହୋଇଥିଲେ। ସେମାନେ ତାଙ୍କୁ କାହିଁକି ଜଣାଇ ନ ଥିଲେ ବୋଲି ସେ ପ୍ରଶ୍ନ କରିଥିଲେ।
ଅପରାହ୍ନ ୫ଟା: ସେ ନିଜ କକ୍ଷରେ ବିରୋଧୀ ଦଳର ଜଣେ ନେତାଙ୍କୁ ପ୍ରାୟ ଅପରାହ୍ନ ୫ଟାରେ ସୂଚିତ କରିଥିଲେ ଯେ ସେ ଶେଖର ଯାଦବଙ୍କ ମହାଭିଯୋଗ ନୋଟିସ ଉପରେ ୫୧ ବିରୋଧୀ ଏମ୍‌ପିଙ୍କ ହସ୍ତାକ୍ଷର ପ୍ରମାଣିତ କରିଉନ୍ତି। ନୋଟିସକୁ ସ୍ବୀକାର କରାଯାଇପାରେ। ସେ ମଙ୍ଗଳବାର ଏନେଇ ଘୋଷଣା କରିପାରନ୍ତି ବୋଲି କହିଥିଲେ।
ଅପରାହ୍ନ ୭.୩୦: ଜୟରାମ ରମେଶ ଧନଖରଙ୍କୁ ଫୋନ କରିଥିଲେ। ରାଜ୍ୟ ସଭା ଅଧ୍ୟକ୍ଷ ଜରାମ କରିଥିଲେ ସେ ସେ ପରିବାର ସହ କଥା ହେଉଛନ୍ତି। କାଲି କଥା ହେବେ। ପରେ ୧୦ଟାରେ ସେ ରାଷ୍ଟ୍ରପତିଙ୍କୁ ସମ୍ବୋଧୀତ କରି ଏକ ଚିଠିରେ ଇସ୍ତଫା ନେଇ ଘୋଷଣା କରିଥିଲେ। ଏହା ପଛରେ ସ୍ବାସ୍ଥଗତ କାରଣ ଥିବା ସେ କହିଥିଲେ।