ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ୫-ଟି କଲେଜ କାମରେ ଅନିୟମିତତା ହୋଇଥିବା ନେଇଁ ଗତ ଜୁଲାଇ ମାସରେ କଳାହାଣ୍ଡି ଛାତ୍ର ସଂଘ ପକ୍ଷରୁ ଭିଜିଲାନ୍ସ ଠାରେ ଅଭିଯୋଗ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଭିଜିଲାନ୍ସ ବିଭାଗ ସୋମବାର ଭବାନୀପାଟଣାସ୍ଥିତ ଜୟ ପ୍ରକାଶ ସନ୍ଧ୍ୟା ମହାବିଦ୍ୟାଳୟ, ଭବାନୀପାଟଣା ସରକାରୀ ମହିଳା କଲେଜ ଓ ଜୁନାଗଡ଼ ପ୍ରିୟ ଦର୍ଶିନୀ ଇନ୍ଦିରା (ପିଆଇ) ମହାବିଦ୍ୟାଳୟକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି କଲେଜ ମାନଙ୍କରେ ୫ -ଟି କାମରେ ଦୁର୍ନୀତି କରାଯାଇଥିବା ତଥା ୫-ଟି କାମର ଟଙ୍କାକୁ ଅନ୍ୟ ନିର୍ମାଣ ବାବଦରେ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଥମ ଦିନରେ ଭିଜିଲାନ୍ସ ବିଭାଗ ଏହି ୩ ଟି କଲେଜରେ ଛାନଭ୍ିନ କରିଛି। ଏହାସହ ଉପରୋକ୍ତ ୩ ଟି କଲେଜକୁ ୫-ଟି କାର୍ଯ୍ୟର ସମସ୍ତ କାଗଜ ପତ୍ର ଧରିକି ଭିଜିଲାନ୍ସ ଅଫିସକୁ ଆସିବା ପାଇଁ କୁହାଯାଇଥିବା ଜଣାପଡିଛି। ଏହି ତଦନ୍ତ ବେଳେ ଭବାନୀପାଟଣା ଭିଜିଲାନ୍ସ ବିଭାଗର ଡି ଏସପି ପ୍ରଦୀପ କୁମାର ଆଇନ୍ଦ ଓ ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।