ନୂଆପଡ଼ା,୭ା୬ (ମକାରୁ ବେମାଲ):କେନ୍ଦ୍ର ତଥା ରାଜ୍ୟ ସରକାର ଗମନାଗମନ ପାଇଁ ବିଭିନ୍ନ ଯୋଜନାରେ ଟଙ୍କା ଖର୍ଚ୍ଚକରି ସଡ଼କ ପଥ ନିର୍ମାଣ କରୁଛନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ଲୁହାଚକ ଲଗା ଟ୍ରାକ୍ଟର ଏହାକୁ ବିଗାଡୁଛି। ନୂଆପଡ଼ା ଜିଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଜିଲାର ସହର ଓ ଗ୍ରାମାଞ୍ଚଳରେ ୯୦% ରାସ୍ତା ପକ୍କା ହୋଇଗଲାଣି। ଯେଉଁଠି କଚ୍ଚା ରାସ୍ତା ଥିଲା ତାହା ପିଚୁ ହୋଇଛି। ଏପରି କି ଗୁରୁତ୍ୱକୁ ଦେଖି ଅଧିକାଂଶ ରାସ୍ତା ୨ଲେନ୍ ବିଶିଷ୍ଟ ହୋଇଛି। ଫଳରେ ଯାନବାହନ ଚଳାଚଳ ସୁଗମ ହୋଇପାରୁଛି। ହେଲେ ଲୁହାଚକ ଲଗା ଟ୍ରାକ୍ଟର ଏସବୁ ରାସ୍ତାକୁ ଖରାପ କରୁଥିବା ଦେଖାଯାଉଛି। ପ୍ରଶାସନିକ ସ୍ତରରେ ଅଙ୍କୁଶ ଲଗାଯାଉ ନ ଥିବାରୁ ଏସବୁ ଯାନ ବହୁଳ ବ୍ୟବହାର ଚାଳିଛି। ଦଣ୍ଡବିଧାନ ବ୍ୟବସ୍ଥା କରାଗଲେ ଏ ପ୍ରକାର ଯାନ ଚଳାଚଳ କମିବା ସହ ରାସ୍ତା ସୁରକ୍ଷିତ ରହିପାରନ୍ତା ବୋଲି ଜନସାଧାରଣ ମତପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ଜଣେ ଅଧିକାରୀ ତାଙ୍କ ନାମ ଗୋପନ ରଖି କହିଛନ୍ତି, ସରକାର ବିଭିନ୍ନ ଯୋଜନାରେ ଟଙ୍କା ଖର୍ଚ୍ଚ କରି ଆମ ପାଇଁ ରାସ୍ତା ନିର୍ମାଣ କରୁଛନ୍ତି। ତାହାର ରକ୍ଷଣାବେକ୍ଷଣ କରିବା ଆମର ଦାୟିତ୍ୱ। ସରକାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଆମେ ସମସ୍ତେ ମିଶି ରାସ୍ତାର ସୁରକ୍ଷା ଦେବା ଉଚିତ।