Categories: Home Leftଖେଳ

ଟି୨୦ ବିଶ୍ୱକପ୍‌ ଖେଳିବା ଲାଗି ଯୋଗ୍ୟତା ହାସଲ କଲା ଆୟର୍ଲାଣ୍ଡ

ଏଡିନ୍‌ବର୍ଗ,୨୭ା୭: ଜର୍ମାନୀ ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ସମ୍ଭବ ନ ହେବାରୁ ଆଇସିସି ଟି୨୦ ବିଶ୍ୱକପ୍‌ ୨୦୨୪ ପାଇଁ ଆୟର୍ଲାଣ୍ଡ ଯୋଗ୍ୟତା ହାସଲ କରିଛି।

ୟୁରୋପିଆନ କ୍ୱାଲିଫାୟର୍ସର ଶ୍ରେଷ୍ଠ ୨ ଦଳ ମୁଖ୍ୟ ରାଉଣ୍ଡକୁ ଉନ୍ନୀତ ହେବେ। ଆୟର୍ଲାଣ୍ଡ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଅଛି। ଦଳ ଏହାର ଅନ୍ତିମ ମ୍ୟାଚ ସ୍କଟଲାଣ୍ଡ ବିପକ୍ଷରେ ଖେଳିବ। ଆୟର୍ଲାଣ୍ଡ ଖେଳିଥିବା ୫ଟି ମ୍ୟାଚରୁ ୪ଟିରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ଡ୍ର ରଖିଛି।

ଦଳ ଶୁକ୍ରବାର ସ୍କଟଲାଣ୍ଡରୁ ଜିତେ ତେବେ ଟେବୁଲ ଶୀର୍ଷରେ ରହିବ। ଆୟର୍ଲାଣ୍ଡ ଅଧିନାୟକ ପଲ୍‌ ଷ୍ଟିର୍ଲିଂ କହିଛନ୍ତି, ସ୍କଟଲାଣ୍ଡକୁ ହରାଇ ଟେବୁଲ ଶୀର୍ଷରେ ରହିବା ପରେ ଯାଇ ବିଶ୍ୱକପ୍‌ ଯୋଗ୍ୟତା ହାସଲ ଉତ୍ସବ ମନାଇବେ। ଆସନ୍ତା ମାସରେ ଆମେ ଏକ ଟି୨୦ ସିରିଜ ଖେଳିବା ଲାଗି ଭାରତ ଗସ୍ତରେ ଯିବୁ। ସେଠାରେ ଭଲ ପ୍ରଦର୍ଶନ ଜାରି ରଖିବା ଲାଗି ଆମେ ଚେଷ୍ଟା କରିବୁ। ଓ୍ବେଷ୍ଟଇଣ୍ଡିଜ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଆଇସିସି ଟି୨୦ ବିଶ୍ୱକପ୍‌ ଖେଳାଯିବ।

Share