ଇରାକ୍‌ ମୁଖ୍ୟ କୋଚ୍‌ଙ୍କ ବଡ଼ ଦାବି: ବିଶ୍ୱକପ୍‌ ପ୍ଲେ-ଅଫ୍‌କୁ ବିଳମ୍ବିତ କରାଯାଉ

ବାଗଦାଦ୍‌,୯ା୩: ଇରାନରେ ଯୁଦ୍ଧ କ୍ରମେ ଜୋର୍‌ଦାର୍‌ ହେଉଥିବାରୁ ବିଶ୍ୱକପ୍‌ ପାଇଁ ତାଙ୍କ ଦଳର ଆନ୍ତଃମହାଦେଶୀୟ ଯୋଗ୍ୟତା ପର୍ଯ୍ୟାୟକୁ ବିଳମ୍ବିତ କରିବା ଲାଗି ଇରାକ୍‌ ମୁଖ୍ୟ କୋଚ୍‌ ଗ୍ରାହାମ ଆର୍ନୋଲ୍ଡ ଫୁଟ୍‌ବଲର ଅନ୍ତର୍ଜାତୀୟ ପରିଚାଳନା ପରିଷଦ (ଫିଫା)କୁ ନିବେଦନ କରିଛନ୍ତି।

ଇରାକ ମେକ୍ସିକୋର ମଣ୍ଟେରିଠାରେ ମାର୍ଚ୍ଚ ୩୧ରେ ସୁରିନାମ କୁମ୍ବା ବଲିଭିଆକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମାତ୍ର ଯୁଦ୍ଧକାଳୀନ ପରିସ୍ଥିତିକୁ ନେଇ ଇରାକ ଆକାଶମାର୍ଗକୁ ଏପ୍ରିଲ୧ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଫଳରେ ଘରୋଇ ଲିଗ୍‌ର ଭଲ ଖେଳାଳିମାନଙ୍କୁ ଏକତ୍ରୀତ କରିବା ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ନୁହେଁ। ବିଦେଶୀ ଦୂତାବାସ ବନ୍ଦ ହେବା ଯୋଗୁ ଖେଳାଳିମାନେ ମେକ୍ସିକୋ ପ୍ଲେ-ଅଫ୍‌ ପାଇଁ ଭିଜା ପାଇପାରୁ ନାହାନ୍ତି। ଯୁଦ୍ଧ ଯୋଗୁ ଆର୍ନଲ୍ଡ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅଟକି ରହିଛନ୍ତି।

Share