Iran Blast: ଦିନ ଦ୍ୱିପ୍ରହରରେ ଥରିଉଠିଲା ଇରାନ, ୨୦୦ରୁ ଅଧିକ ଲୋକ ଆହତ, ଜାଣନ୍ତୁ ଏହା ପଛରେ କାହାର ରହିଛି ହାତ

ଦୁବଇ,୨୬।୪: ଶନିବାର ଇରାନର ବନ୍ଦର ଆବାସ ସହରରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏଥିରେ ୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି Blast ଏପରି ଏକ ସମୟରେ ଘଟିଛି ଯେତେବେଳେ ଓମାନରେ ଆମେରିକା ଏବଂ ଇରାନ ମଧ୍ୟରେ ତୃତୀୟ ପରମାଣୁ ଆଲୋଚନା ଚାଲିଛି। ତଥାପି, ବିସ୍ଫୋରଣର କାରଣ ତୁରନ୍ତ ସ୍ପଷ୍ଟ ହୋଇପାରି ନାହିଁ।
ବନ୍ଦର ଆବାସ ସହରର ସହିଦ ରାଜି ବନ୍ଦରରେ ଏହି Blast ଘଟିଥିଲା। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ବନ୍ଦର କାର୍ଯ୍ୟକଳାପ ବନ୍ଦ କରାଯାଇଥିଲା। ବର୍ତ୍ତମାନ ନିଆଁ ଲିଭାଇବା ପାଇଁ ପ୍ରୟାସ ଚାଲିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଅନେକ କିଲୋମିଟର ଦୂରରେ ଝରକା ଭାଙ୍ଗି ଯାଇଥିଲା।