ଦୁବାଇ,୩।୧: ତେହେରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ କରିଥିଲେ। ପରେ ଏହାର ଜବାବ ଇରାନ ମଧ୍ୟ ଦେଇଛି । ଇରାନ ଦୁବାଇର ବିଳାସପୂର୍ଣ୍ଣ ହୋଟେଲ, ପାମ ଜୁମୈରା ଦ୍ବୀପ ଓ ଦୁବାଇର ବ୍ୟସ୍ତବହୁଳ ବିମାନବନ୍ଦର ଉପରେ ଭୟଙ୍କର ଆକ୍ରମଣ କରିଛି । ଏନେଇ ବିମାନବିନ୍ଦରରେ ସମସ୍ତ ବିମାନଯାତ୍ରା ଉପରେ ରୋକ ଲଗାଯାଇଛି । ତେବେ ଏହାରି ମଧ୍ୟରେ ଭାରତୀୟ ଡବଲ ଅଲମ୍ପିକ୍ ମେଡାଲିଷ୍ଟ ପିଭି ସିନ୍ଧୁ ଦୁବାଇ ବିମାନବନ୍ଦରରେ ଫସି ରହିଛନ୍ତି ବୋଲି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏକ୍ସ ଜରିଆରେ ସେ ଜଣାଇଛନ୍ତି, ମୁଁ ବର୍ତ୍ତମାନ ସୁରକ୍ଷିତ ଅଛି’ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ଯୋଗୁଁ ବିମାନ ଚଳାଚଳ ବନ୍ଦ ହୋଇଛି । ପିଭି ସିନ୍ଧୁ ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବାକୁ ଯାତ୍ରା କରୁଥିବା ସମୟରେ ଶନିବାର ଦୁବାଇ ବିମାନବନ୍ଦରରେ ଫସି ରହିଥିଲେ ।
ଅନ୍ୟପକ୍ଷେ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ଅକ୍ଳାନ୍ତ ପ୍ରୟାସ ଯୋଗୁଁ ଆମେ ଅଧିକ ସୁରକ୍ଷିତ ବୋଲି ସିନ୍ଧୁ ପୋଷ୍ଟ କରିଛନ୍ତି।
https://x.com/Pvsindhu1/status/2027802110381969563?ref
Dharitri – Odisha’s No.1 Odia Daily