ଟ୍ରମ୍ପଙ୍କ ଭୟରେ ବଙ୍କରରେ ଲୁଚିଲେ ଖାମେନେଇ; ଜାଣନ୍ତୁ ଏବେ କାହା ହାତରେ ଇରାନର ଦାୟିତ୍ୱ…?

ତେହରାନ,୨୫।୧: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ସମୟରେ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ତେହରାନରେ ନିର୍ମିତ ଏକ ସ୍ବତନ୍ତ୍ର ଭୂତଳ ଆଶ୍ରୟସ୍ଥଳ(ବଙ୍କର୍‌)ରେ ଲୁଚି ରହିଥିବା ରିପୋର୍ଟ ସାମ୍ନାକୁ ଆସିଛି।

ଇରାନ ଇଣ୍ଟରନ୍ୟାଶନାଲର ରିପୋର୍ଟ ଅନୁଯାୟୀ, ସରକାରଙ୍କ ନିକଟତର ଦୁଇଟି ସୁତ୍ରକୁ ଉଦ୍ଧୃତ କରି ରିପୋର୍ଟରେ କୁହାଯାଇଛି ଯେ ବରିଷ୍ଠ ସାମରିକ ଓ ସୁରକ୍ଷା ଅଧିକାରୀମାନେ ଆମେରିକାର ଆକ୍ରମଣ ସମ୍ଭାବନାକୁ ଗମ୍ଭୀର ବିପଦ ଭାବରେ ଆକଳନ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଖାମେନେଇଙ୍କର ଅନୁପସ୍ଥିତିରେ ତୃତୀୟ ପୁଅ ମାସୁଦ ଖାମେନେଇ ସୁପ୍ରିମ ଲିଡରଙ୍କ ପରିଚାଳନାର ଦାୟିତ୍ୱ ସମ୍ଭାଳୁଛନ୍ତି।

ରିପୋର୍ଟ ଅନୁଯାୟୀ, ଏହି ଅଣ୍ଡରଗ୍ରାଉଣ୍ଡ ସୁବିଧାରେ ଅତ୍ୟାଧୁନିକ ସୁବିଧା ସବୁ ରହିଛି। ଏପରିକି ସୁଡଙ୍ଗଟି ତେହରାନର ଅନ୍ୟ ସୁଡଙ୍ଗକୁ ସଂଯୋଗ କରୁଛି। ଏଣୁ ଏହା ଅତ୍ୟନ୍ତ ସୁରକ୍ଷିତ।

କହିରଖୁଛୁ, ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ନଜର ରଖିଥିବା କହିଥିବା ବେଳେ ଇରାନ ମଧ୍ୟ ଜବାବ ଦେବାକୁ ପ୍ରସ୍ତୁତ ବୋଲି ଚେତାବନୀ ଦେଇଛନ୍ତି। ଏହି ଘଟଣା ଉପରେ ସମଗ୍ର ବିଶ୍ୱର ନଜର ରହିଛି।

Dharitri – Odisha’s No.1 Odia Daily

Share