ରାଞ୍ଚି,୨୩।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ବିର୍ସାମୁଣ୍ଡା ବିମାନବନ୍ଦରରୁ ଉଡ଼ାଣ ଭରୁଥିବା ଏକ ଏୟାର ଆମ୍ବୁଲାନ୍ସ ବିମାନ ସୋମବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।
ଆମ୍ବୁଲାନ୍ସରେ ୭ ଜଣ ବ୍ୟକ୍ତି ଥିଲେ। ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି।