ଈପ୍‌ସିତାଙ୍କୁ ପର୍ସନାଲିଟି ୱିଙ୍ଗ୍‌ ଟାଇଟଲ

ଭଦ୍ରକ ଅଫିସ, ୩୧।୪: ଅନ୍‌ଲାଇନରେ ହୋଇଥିବା ମିସେସ୍‌ ଫେମିନା-୨୦୨୧ ପ୍ରତିଯୋଗିତାରେ ଓଡ଼ିଶାର ଈପ୍‌ସିତା ପ୍ରିୟଦର୍ଶିନୀ(୨୭) ପର୍ସନାଲିଟି ୱିଙ୍ଗ୍‌ରେ ବିଜୟୀ ହୋଇଛନ୍ତି। ମଙ୍ଗଳବାର ଫ୍ୟାଶନ, ବିୟୁଟି, କୁକିଙ୍ଗ୍‌ ଓ ପର୍ସନାଲିଟି ୱିଙ୍ଗ୍‌ ପ୍ରତିଯୋଗିତା କରାଯାଇଥିଲା। ପର୍ସନାଲିଟି ୱିଙ୍ଗ୍‌ ଟାଇଟଲ୍‌ ବିଜୟିନୀ ଈପ୍‌ସିତା ଭବିଷ୍ୟତରେ ଓଡ଼ିଶାରେ ମଡେଲିଂ ଓ ଅଭିନୟ ଭଳି କଳା ପ୍ରତି ଆଗ୍ରହ ରଖୁଥିବା ମହିଳାମାନଙ୍କୁ ମାର୍ଗ ପ୍ରଦର୍ଶନ କରିବେ ଓ ଏଥିପାଇଁ ଏକ କେନ୍ଦ୍ର ଖୋଲିବେ। ନିଜ କ୍ୟାରିୟର ସାଙ୍ଗକୁ ଓଡ଼ିଶାରେ ଅଧିକରୁ ଅଧିକ ମହିଳାଙ୍କୁ ଏହି ଦିଗ ପ୍ରତି ରୁଚି ବଢ଼ାଇବା ପାଇଁ ଦୃଷ୍ଟି ଦେବେ ବୋଲି ସେ କହିଛନ୍ତି।
ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ସାହୁ ଓ ବବିତା ମହାନ୍ତିଙ୍କ ଝିଅ ଈପ୍‌ସିତା। ଘର କଟକ ସହର ମଙ୍ଗଳାବାଗ ଅଞ୍ଚଳରେ ହୋଇଥିବା ବେଳେ ଭୁବନେଶ୍ୱରରେ ତାଙ୍କ ଶାଶୁଘର। ସେ ୨୦୧୫ରେ ଜୀ ଟିଭିର ମିସ୍‌ ଏଥ୍‌ନିକ୍‌ରେ ୫ମ ସ୍ଥାନ ଅଧିକାର କରିବା ସହ ଇଣ୍ଡିଆ ସିଟି ଲାଇଟ୍‌ ମିସେସ୍‌ ସୁପର ମଡେଲରେ ୨ୟ ରନର୍ସଅପ୍‌ ହୋଇଥିଲେ। ୨୦୧୫ରେ ସାରଳା ପ୍ରତିଭା ସମ୍ମାନ ମଧ୍ୟ ପାଇଥିଲେ।