ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ ଇଣ୍ଡିଆନ ପଟାସ ଲିମିଟେଡ ( ଆଇପିଏଲ)କୁ ଦାୟିତ୍ୱ ଦିଆଯାଇଛି ବୋଲି ସ୍ପଷ୍ଟ କରିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କର ଘୋଷଣାର କେହି ଦିନ ପରେ ଶନିବାର ନୟାଗଡ଼କୁ ଇଣ୍ଡିଆନ ପଟାସ ଲିମିଟେଡର ୩ଜଣିଆ ଟେକ୍ନିକାଲ ଟିମ ନୂଆ ଚିନିକଳ ସ୍ଥାନ ଚିହ୍ନଟ ପାଇଁ ପହଞ୍ଚିଛନ୍ତି। ପୁରୀ ଏମପି ସମ୍ବିତ ପାତ୍ର ଏହି ଟିମରେ ଅଛନ୍ତି। ଇଣ୍ଡିଆନ ପଟାସ ଲିମିଟେଡର ଟେକ୍ନିକାଲ ପ୍ରଥମେ ଜିଲାପାଳଙ୍କ କାର୍ଯ୍ୟଳୟରେ ସମୀକ୍ଷା କରିଥିଲେ। ପରେ ନୂଆ ଚିନିକଳ ସ୍ଥାନ ଚିହ୍ନଟ ପାଇଁ ପାଣି ପୋଇଲା ଅଞ୍ଚଳକୁ ଯାଇଛନ୍ତି। ଜିଲା ପ୍ରଶାସନ ଚିନି କଳ ପାଇଁ ନୟାଗଡ଼ ଓଡ଼ଗାଁ ଓ ନୂଆଗାଁ ତହସିଲ ଅଞ୍ଚଲରେ ୫ଟି ଜମି ଚିହ୍ନଟ କରିଛି। ସଂପର୍କ୍ତ ଜମିର ଅନୁଧ୍ୟାନ ପରେ କେଉଁଟି ଚିନିକଳ ପାଇଁ ଉପଯୁକ୍ତ ହେବ ତାହା ଚୟନ କରିବେ।

Dharitri – Odisha’s No.1 Odia Daily

Share