Categories: Home Leftଖେଳ

IPL ଖେଳାଳିଙ୍କୁ ହତ୍ୟା ଧମକ: ଫୋନ କରି ବ୍ଲାକମେଲ କଲେ ଯୁବତୀ, ଘଟଣା ସମ୍ପର୍କରେ ଜାଣିଲେ…

ନୂଆଦିଲ୍ଲୀ, ୧୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା କ୍ରିକେଟର ବିପରାଜ ନିଗମଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଏକ ଅଜଣା ଅନ୍ତର୍ଜାତୀୟ ନମ୍ବରରୁ ବାରମ୍ବାର କଲ୍‌ ଆସୁଛି। ଜଣେ ମହିଳା ତାଙ୍କୁ ବ୍ଲାକମେଲ କରୁଥିବାର ଖବର ମିଳୁଛି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହିଳା ଜଣକ ଦିଲ୍ଲୀ କ୍ୟାପିଟାଲ୍ସ କ୍ରିକେଟରଙ୍କ ଆଗରେ କିଛି କିଛି ଦାବି କରିଛନ୍ତି ଏବଂ ପୂରଣ ନ କଲେ ଅନଲାଇନରେ ଏକ ଭିଡିଓ ଲିକ କରିବାକୁ ଧମକ ଦେଇଛନ୍ତି।

ଘଟଣାଟି ନଭେମ୍ବର ୯ ତାରିଖ ରବିବାର ଘଟିଥିଲା, ଯେତେବେଳେ ବିପରାଜ ନିଗମ ବିଭିନ୍ନ ନମ୍ବରରୁ କଲ ପାଇବା ଆରମ୍ଭ କରିଥିଲେ। ସେ ପ୍ରଥମେ ନମ୍ବରଗୁଡ଼ିକୁ ବ୍ଲକ କରିଥିଲେ, କିନ୍ତୁ ବ୍ଲାକମେଲର୍‌ ତାଙ୍କୁ ଅନ୍ୟ ନମ୍ବରରୁ କଲ୍‌ କରିବା ଆରମ୍ଭ କରିଥିଲେ। ଏଥିରେ ବିରକ୍ତ ହୋଇ ବିପରାଜ ଏକ ପୋଲିସ ଅଭିଯୋଗ ଦାଖଲ କରିଛନ୍ତି। ୨୧ ବର୍ଷୀୟ ବିପରାଜ ନିଗମ ଏକ ପୋଲିସ ଅଭିଯୋଗ ଦାଖଲ କରିଛନ୍ତି। ସେ ଅଜଣା ମହିଳାଙ୍କ ଉପରେ ସାର୍ବଜନୀନ ଭାବରେ ବଦନାମ କରିବା ଏବଂ ମାନସିକ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି।

ପୋଲିସ ତଦନ୍ତ ଆରମ୍ଭ କରିଛି। କଲ ବିବରଣୀ, ଡିଜିଟାଲ ପ୍ରମାଣ ସଂଗ୍ରହ କରିବା ଏବଂ କଲ୍‌ କେଉଁଠାରୁ ଆରମ୍ଭ ହୋଇଥିଲା ତାହା ଚିହ୍ନଟ କରିବା ପାଇଁ ପ୍ରୟାସ ଚାଲିଛି। ଭାରତୀୟ କ୍ରିକେଟରଙ୍କ ପରିବାର ଚିନ୍ତିତ, କାରଣ ଅଭିଯୋଗକାରୀଙ୍କ ପରିବାର ସଦସ୍ୟମାନେ ତାଙ୍କ ପୁଅକୁ କୌଣସି ପ୍ରକାରର ବିବାଦରେ ସାମିଲ କରିବାକୁ ଚାହାଁନ୍ତି ନାହିଁ।

ବିରାପ ନିଗମ ୨୦୨୪ରୁ ଉତ୍ତର ପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳୁଛନ୍ତି। ତଥାପି, ସେ IPL ୨୦୨୫ ସିଜିନ ସମୟରେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲେ, ଯେଉଁଠାରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିଲେ। ନିଲାମରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୫୦ ଲକ୍ଷରେ କିଣିଥିଲା। ଗତ ସିଜିନ୍‌ରେ, ସେ ୧୪ ମ୍ୟାଚ ଖେଳି ୧୪୨ ରନ କରିଥିଲେ ଏବଂ ୧୧ ଉଇକେଟ୍‌ ନେଇଥିଲେ।

 

Dharitri – The Largest & Most Trusted Odia Daily