ନୂଆଦିଲ୍ଲୀ,୨୨।୫: ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ ୧୮ ଏବେ ଏହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପ୍ଲେଅଫରେ ଖେଳିବାକୁ ଥିବା ଚାରୋଟି ଦଳ ନିଶ୍ଚିତ ହୋଇସାରିଛି। ପ୍ଲେଅଫରେ ସ୍ଥାନ ପାଇବାରେ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଦଳ ହୋଇଥିଲା, ଏହା ପୂର୍ବରୁ ଗୁଜରାଟ ଟାଇଟାନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ପ୍ଲେଅଫରେ ସ୍ଥାନ ପାଇଥିଲେ। ୪ଟି ଦଳ ମଧ୍ୟରୁ, ୨ଟି ଦଳ (RCB, PBKS) ସେମାନଙ୍କର ପ୍ରଥମ ଟାଇଟଲ ପାଇଁ ଲଢିବେ। IPL ଟାଇଟଲ ଜିତିଥିବା ଦଳ କେତେ ଟଙ୍କା ପାଇବ।
ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ୫ଟି IPL ଟାଇଟଲ ଜିତିଛି, ଗୁଜରାଟ ଟାଇଟାନ୍ସ ମଧ୍ୟ ଥରେ IPL ଟ୍ରଫି ଜିତିଛି। RCB ଏବଂ ପଞ୍ଜାବ କିଙ୍ଗ୍ସ ପ୍ରଥମ ସିଜିନରୁ ଖେଳୁଛନ୍ତି କିନ୍ତୁ ଟାଇଟଲଠାରୁ ଦୂରରେ ଅଛନ୍ତି। ଏଥର ଉଭୟ ଦଳ ଶକ୍ତିଶାଳୀ ଦେଖାଯାଉଛି। ଆଇପିଏଲ ପ୍ଲେଅଫ ମ୍ୟାଚ ମେ ୨୯ରୁ ଆରମ୍ଭ ହେବ, ଫାଇନାଲ ମ୍ୟାଚ ଜୁନ ୩ରେ ଖେଳାଯିବ।
ପୂର୍ବରୁ ଆଇପିଏଲ ପ୍ଲେଅଫ ମ୍ୟାଚ କୋଲକାତା ଏବଂ ହାଇଦ୍ରାବାଦରେ ଅନୁଷ୍ଠିତ ହେବାର ଥିଲା। ଆଇପିଏଲ ସ୍ଥଗିତ ରହିବା ପରେ, ୨୫ ତାରିଖରେ ହେବାକୁ ଥିବା ଫାଇନାଲ ମ୍ୟାଚ ୩ ଜୁନ ପାଇଁ ପୁନଃନିର୍ଦ୍ଧାରିତ ହୋଇଥିଲା, ଯାହାର ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏବେ ଫାଇନାଲ ଏବଂ କ୍ୱାଲିଫାୟର ୨ କୋଲକାତା ପରିବର୍ତ୍ତେ ଅହମଦାବାଦରେ ଅନୁଷ୍ଠିତ ହେବ, ଯେତେବେଳେ କ୍ୱାଲିଫାୟର ୧ ଏବଂ ଏଲିମିନେଟର ମ୍ୟାଚ ମୋହାଲିରେ ଖେଳାଯିବ।
IPL 2025 ଜିତିଥିବା ଦଳକୁ ୨୦ କୋଟି ଟଙ୍କା ମିଳିବ। ସେହିପରି ଦ୍ୱିତୀୟ ସ୍ଥାନ ଥିବା ଦଳକୁ ୧୨.୫ କୋଟି ଟଙ୍କା ଏବଂ ତୃତୀୟ ସ୍ଥାନରେ ଥିବା ଦଳ ୭ କୋଟି ଟଙ୍କା ଏବଂ ଚତୁର୍ଥ ଦଳକୁ ୬.୫ କୋଟି ଟଙ୍କା ମିଳିବ।