IPL 2025: ଆପିଏଲ୍‌ରେ ସବୁଠୁ ବିପଜ୍ଜନକ ବୋଲର୍‌ କିଏ? ଗେଲ୍‌ ଦେଲେ ଚମକାଇବା ଭଳି ଜବାବ

ନୂଆଦିଲ୍ଲୀ,୮।୪: IPL 2025 ଚାଳିଥିବା ବେେଳେ ବିଶ୍ୱର ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ ଗେଲ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ‘ୟୁନିଭର୍ସ ବସ’ ଭାବରେ ଜଣାଶୁଣା ଗେଲ ଭାରତୀୟ ପେସର୍‌ ଜସପ୍ରୀତ ବୁମରାଙ୍କୁ ସବୁଠାରୁ ବିପଦଜନକ ବୋଲର ଭାବରେ ବାଛିଛନ୍ତି। ବୁମରା ଆଇପିଏଲରେ ୧୩୪ଟି ମ୍ୟାଚ ଖେଳି ଏପର୍ଯ୍ୟନ୍ତ ୧୬୫ଟି ଉଇକେଟ ନେଇଛନ୍ତି। ବୁମରାଙ୍କୁ କେବଳ ଆଇପିଏଲ ନୁହେଁ ବରଂ ବିଶ୍ୱର ସବୁଠାରୁ ବିପଦଜନକ ବୋଲର ଭାବରେ ବିବେଚନା କରାଯାଏ। ଅନ୍ୟପକ୍ଷରେ, ଗେଲ ବିରାଟ କୋହଲିଙ୍କୁ IPLର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବରେ ବାଛିଛନ୍ତି।

କ୍ରିସ ଗେଲ IPLରେ ୧୪୨ଟି ମ୍ୟାଚ ଖେଳିଛନ୍ତି ଏବଂ ଏହି ସମୟ ମଧ୍ୟରେ ୪୯୬୫ ରନ କରିଛନ୍ତି। ଗେଲ ଆଇପିଏଲରେ ୬ଟି ଶତକ ଏବଂ ୩୧ଟି ଅର୍ଦ୍ଧଶତକ ହାସଲ କରି ଚମତ୍କାର କାର୍ଯ୍ୟ କରିଛନ୍ତି।

ଆଇପିଏଲ ଇତିହାସରେ ସବୁଠାରୁ ବଡ଼ ଇନିଂସ ଖେଳିବାର ରେକର୍ଡ ଗେଲଙ୍କ ନାମରେ ଅଛି। ୨୦୧୩ରେ ପୁଣେ ୱାରିୟର୍ସ ଇଣ୍ଡିଆ ବିପକ୍ଷରେ ଗେଲ ୧୭୫ ରନ କରିଥିଲେ, ଯାହା ଟୁର୍ନାମେଣ୍ଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର, ଏହି ରେକର୍ଡ ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ ଭାଙ୍ଗି ନାହାଁନ୍ତି।

ଟି-୨୦ରେ ସର୍ବାଧିକ ରନ କରିବାର ରେକର୍ଡ କ୍ରିସ ଗେଲଙ୍କ ନାମରେ ଅଛି। ଗେଲ ଟି-୨୦ କ୍ରିକେଟରେ ୧୪୫୬୨ ରନ କରିଛନ୍ତି (ଟି-୨୦ରେ କ୍ୟାରିୟରର ସର୍ବାଧିକ ରନ)। ଗେଲ ୪୬୩ଟି ମ୍ୟାଚ ଖେଳିଛନ୍ତି। ଗେଲଙ୍କ ନାମରେ ଟି-୨୦ରେ ୨୨ ଶତକ ଏବଂ ୮୮ ଅର୍ଦ୍ଧଶତକ ଅଛି। ଟି-୨୦ରେ ଗେଲଙ୍କ ଷ୍ଟ୍ରାଇକ ରେଟ ୧୪୪.୭୫ ରହିଛି।