ନୂଆଦିଲ୍ଲୀ,୨୮।୪: ଏମଏସ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲ ୨୦୨୫ ସବୁଠାରୁ ଖରାପ ସିଜନ ପ୍ରମାଣିତ ହୋଇଛି। ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। ଯଦିଓ CSK ତାର ସମସ୍ତ ୫ଟି ମ୍ୟାଚ ଜିତିଯାଏ, ତଥାପି ଏହାର କେବଳ ୧୫ ପଏଣ୍ଟ ରହିବ।ଏପରି ପରିସ୍ଥିତିରେ କେବଳ ଏକ ଚମତ୍କାର ହିଁ ଏହାକୁ ପ୍ଲେଅଫକୁ ନେଇପାରିବ। ଦଳ ଘରୋଇ ପରିବେଶରେ ତା’ର ଶେଷ ମ୍ୟାଚ (ଚେପକ) ହାରିଯାଛି। ଏହା ଦେଖି ଦଳକୁ ସମର୍ଥନ କରିବାକୁ ଆସିଥିବା ଭାରତୀୟ ଅଭିନେତ୍ରୀ ଶ୍ରୁତି ହାସନ ନିଜ ଲୁହକୁ ରୋକି ପାରି ନ ଥିଲେ ଏବଂ ଷ୍ଟାଡିୟମରେ ହିଁ କାନ୍ଦିବାକୁ ଲାଗିଲେ।
ଚେନ୍ନାଇ ସୁପର କିଙ୍ଗ୍ସର ଶେଷ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ସହିତ ଥିଲା। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି CSK ୧୫୪ ରନ୍ରେ ଅଲଆଉଟ ହୋଇଯାଇଥିଲା। ଜବାବରେ, ହାଇଦ୍ରାବାଦ ୮ ବଲ ବାକି ଥାଇ ଲକ୍ଷ୍ୟ ହାସଲ କରି ୫ ଉଇକେଟରେ ଜିତିଥିଲା।
ଯେତେବେଳେ CSK ମ୍ୟାଚ୍ରେ ପଛରେ ପଡ଼ିଥିଲା, ଏହାର ପରାଜୟ ନିଶ୍ଚିତ ଲାଗୁଥିଲା ସେତେବେଳେ ଷ୍ଟାଣ୍ଡରେ ବସିଥିବା ଶ୍ରୁତି ହାସନ ତାଙ୍କ ଲୁହକୁ ନିୟନ୍ତ୍ରଣ କରିପାରି ନ ଥିଲେ। ତାଙ୍କ ଆଖିରୁ ଲୁହ ବହି ଯାଉଥିଲା, ସେ କାନ୍ଦୁଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶ୍ରୁତି ଦଳକୁ ସମର୍ଥନ କରିବା ପାଇଁ ଚେପକ ଷ୍ଟାଡିୟମ ଆସିଥିଲେ।
ଏବେ କେବଳ ଏକ ଚମତ୍କାର ହିଁ CSKକୁ ପ୍ଲେଅଫକୁ ନେଇପାରିବ। ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ସିଏସକେ ଦଳ ୯ଟି ମ୍ୟାଚ ରୁ କେବଳ ୨ଟି ମ୍ୟାଚ ଜିତିଛି। ସିଏସକେ ୪ ପଏଣ୍ଟ ସହିତ ଟେବୁଲର ସବୁଠାରୁ ତଳେ ଅଛି। ଯଦି ଏବେ ଦଳ ସମସ୍ତ ମ୍ୟାଚ ଜିତିଯାଏ, ତଥାପି ସେମାନଙ୍କର ୧୪ ପଏଣ୍ଟ ରହିବ, ଯଦିଓ ପୂର୍ବରୁ ଏପରି ଘଟିଛି ଯେ ଦଳଗୁଡ଼ିକ ୧୪ ପଏଣ୍ଟ ସହିତ ଯୋଗ୍ୟତା ଅର୍ଜନ କରିଛନ୍ତି କିନ୍ତୁ CSKର ନେଟ ରନ ରେଟ (-୧.୩୦୨) ମଧ୍ୟ ବହୁତ ଖରାପ। ୫ ଥର ଚାମ୍ପିଅନ CSK ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବର୍ତ୍ତମାନ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି। ୧୦ଟି ମ୍ୟାଚରୁ ୭ଟିରେ ବିଜୟୀ ହୋଇଛି। ଗୁଜରାଟ ଟାଇଟାନ୍ସ ୧୨ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ତୃତୀୟ ସ୍ଥାନରେ ଅଛି। ମୁମ୍ବାଇର ମଧ୍ୟ ୧୨ ପଏଣ୍ଟ ଅଛି, ଏହା ୧୦ଟି ମ୍ୟାଚରୁ ୬ଟିରେ ବିଜୟୀ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ ୯ଟି ମ୍ୟାଚରୁ ୯ଟିରେ ବିଜୟୀ ହୋଇ ୧୨ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ଅଛି।