ବେଙ୍ଗାଲୁରୁ, ୧୯।୪:ଚଳିତ ସିଜନରେ ଘରୋଇ ପିଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି)ର ଖରାପ ପ୍ରଦର୍ଶନ ଅବ୍ୟାହତ ରହିଛି। ଆଇପିଏଲ୍ର ଜନ୍ମ ଦିନରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୫ ଉଇକେଟରେ ଆରସିବିକୁ ପରାସ୍ତ କରିଛି। ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଆରସିବି ଟିମ୍ ଡାଭିଡଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ନିର୍ଦ୍ଧାରିତ ୧୪ ଓଭରରେ ୯ ଉଇକେଟ ହରାଇ ୯୫ ରନ କରିଥିଲା। ଜବାବରେ ପଞ୍ଜାବ ୧୨.୧ ଓଭରରେ ୫ ଉଇକେଟ ହରାଇ ୯୮ ରନ ସଂଗ୍ରହ କରି ନେଇଥିଲା।
ପଞ୍ଜାବ କିଙ୍ଗସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ରଜତ ପଟିଦାର ୧୮ ବଲ୍ରେ ୧ ଛକା ଏବଂ ୧ ଚୌକା ସହାୟତାରେ ୨୩ ରନ କରିଥିଲେ। ସେ IPLରେ ତାଙ୍କର ୧୦୦୦ ରନ ପୂରଣ କରି ରେକର୍ଡ ତାଲିକାରେ ମହାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ତାଙ୍କ ଦଳ ଏହି ମ୍ୟାଚ ୫ ଉଇକେଟରେ ହାରିଗଲା।
ପ୍ରଥମେ ବ୍ୟାଟିଂ କରି, RCBର ବ୍ୟାଟିଂ ବିଫଳ ହୋଇଥିଲା। ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ଲିଆମ ଲିଭିଂଷ୍ଟୋନ ପର୍ଯ୍ୟନ୍ତ, ଶ୍ରେଷ୍ଠ ବ୍ୟାଟସମ୍ୟାନମାନେ ଶସ୍ତାରେ ଆଉଟ ହୋଇଥିଲେ। ଟିମ ଡେଭିଡଙ୍କ ୫୦ ରନର ଇନିଂସ ହିଁ ଆରସିବିକୁ ଏକ ସମ୍ମାନଜନକ ସ୍କୋର (୯୫)ରେ ପହଞ୍ଚିବାରେ ସାହାଯ୍ୟ କରିଥିଲା। ରଜତ ପଟିଦାର ୨୩ ରନ କରି ତାଙ୍କ ଆଇପିଏଲ କ୍ୟାରିୟରର ୧୦୦୦ ରନ ପୂରଣ କରିଥିଲେ। ବର୍ଷା ପ୍ରଭାବିତ ଏହି ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା ଏବଂ ମ୍ୟାଚ ୧୪-୧୪ ଓଭରର ଥିଲା।
ଆରସିବି ଅଧିନାୟକ ରଜତ ପଟିଦାର ଆଇପିଏଲରେ ସବୁଠାରୁ କମ ଇନିଂସରେ ୧୦୦୦ ରନ କରିବାରେ ଦ୍ୱିତୀୟ ବ୍ୟାଟସମ୍ୟାନ ହୋଇଛନ୍ତି, ସେ ସଚିନ ତେନ୍ଦୁଲକର ଏବଂ ଋତୁରାଜ ଗାୟକ୍ୱାଡଙ୍କୁ ପଛରେ ପକାଇ ଦେଇଛନ୍ତି। ରଜତ ତାଙ୍କର ୩୦ତମ IPL ଇନିଂସ ଖେଳୁଥିବା ବେଳେ ସଚିନ ଏବଂ ଗାୟକ୍ୱାଡ IPLର ୩୧ତମ ଇନିଂସରେ ୧୦୦୦ରନ ପୂରଣ କରିଥିଲେ। ସେ ତାଲିକାରେ ଦ୍ୱିତୀୟ ସ୍ଥାନରେ ଆସିଛନ୍ତି, ସବୁଠାରୁ କମ ଇନିଂସରେ ୧୦୦୦ ରନ କରିବାର ରେକର୍ଡ ସାଇ ସୁଦର୍ଶନଙ୍କ ନାମରେ ଅଛି। ସେ ୨୫ ଇନିଂସରେ ଏହି ସଂଖ୍ୟା ଛୁଇଁଥିଲେ।
ରଜତ ପଟିଦାରଙ୍କ ଆଇପିଏଲରେ ସେ ୩୪ ମ୍ୟାଚ ଖେଳି ୩୦ ଇନିଂସରେ ୧୦୦୮ରନ କରିଛନ୍ତି। ଟର୍ନାମେଣ୍ଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୧୨ ରନ। ଏହା IPLରେ ତାଙ୍କର ଏକମାତ୍ର ଶତକ। ଏହା ବ୍ୟତୀତ ସେ ୯ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସେ ଟୁର୍ନାମେଣ୍ଟରେ ୬୯ ଚୌକା ଏବଂ ୬୪ ଛକା ମାରିଛନ୍ତି।
ସେ IPLରେ ସବୁଠାରୁ କମ ବଲରେ ୧୦୦୦ ରନ କରିଥିବା ବ୍ୟାଟସମ୍ୟାନଙ୍କ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ବୀରେନ୍ଦ୍ର ସେହ୍ବାଗ (୬୦୪) ଏବଂ ୟୁସୁଫ ପଠାନ (୬୧୭) ପଛରେ ୬୨୬ ବଲରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ।
ସବୁଠାରୁ ଦ୍ରୁତତମ ୧୦୦୦ IPL ରନ ପୂରଣ କରିଥିବା ଭାରତୀୟ
୨୫ ଇନିଂସ- ସାଇ ସୁଦର୍ଶନ
୩୦ ଇନିଂସ- ରଜତ ପତିଦାର
୩୧ ଇନିଂସ – ସଚିନ ତେନ୍ଦୁଲକର
୩୧ ଇନିଂସ- ଋତୁରାଜ ଗାୟକ୍ୱାଡ
୩୩ ଇନିଂସ – ତିଲକ ବର୍ମା