Categories: Home Middleଖେଳ

IPL 2025 Qualifier 2: ଅହମଦାବାଦରେ ପ୍ରବଳ ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭ ବିଳମ୍ବ, ମୁମ୍ବାଇ ପାଇଁ ବିପଦ…

ଅହମଦାବାଦର,୧।୬: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରବଳ ବର୍ଷା ହେଉଛି ଏବଂ ଏହା ଯୋଗୁଁ ପଞ୍ଜାବ ବନାମ ମୁମ୍ବାଇ ମ୍ୟାଚ୍ ଆରମ୍ଭ ବିଳମ୍ବ ହେଉଛି। ପଞ୍ଜାବ କିଙ୍ଗ୍ସ ଖେଳାଳିମାନେ ମଇଦାନକୁ ଯାଉଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା ଏବଂ ସମସ୍ତ ଖେଳାଳି ଓ ଆମ୍ପାୟାରମାନେ ଫେରିବାକୁ ବାଧ୍ୟ ହୋଇଥିଲେ।

ବର୍ତ୍ତମାନ ମଇଦାନକୁ କଭର ଦିଆଯାଇଛି। ଉଲ୍ଲେଖନୀୟ, ଯଦି ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାତିଲ ହୁଏ, ତେବେ ପଞ୍ଜାବ କିଙ୍ଗ୍ସ ପଏଣ୍ଟ ଟେବୁଲରେ ଉଚ୍ଚ ସ୍ଥାନ ହାସଲ କରିଥିବାରୁ ଫାଇନାଲକୁ ଯିବ। PBKS ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଥିବା ବେଳେ MI ଚତୁର୍ଥ ସ୍ଥାନରେ ରହିଛି। ମ୍ୟାଚରେ PBKS ଅଧିନାୟକ ଶ୍ରେୟସ ଆୟାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share