Categories: Home Leftଖେଳ

ମେଗା ନିଲାମ ପାଇଁ ୨ କୋଟି ଟଙ୍କା ବେସ୍‌ ପ୍ରାଇସ୍‌ ରଖିଲେ ଏହି ସବୁ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୬।୧୧: ଆଇପିଏଲ ୨୦୨୫ ପାଇଁ ମେଗା ନିଲାମର ତାରିଖ ପ୍ରକାଶ ପାଇଛି। ଘୋଷଣା କରି ବିସିସିଆଇ କହିଛି ଯେ ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବର ଜେଡ୍ଡା ସହରରେ ଅନୁଷ୍ଠିତ ହେବ। ଏଥର ମେଗା ନିଲାମ ଅତ୍ୟନ୍ତ ଆକର୍ଷଣୀୟ ହେବ, ଯେଉଁଥିରେ ଅନେକ ତାରକା ଖେଳାଳି ଦେଖାଯିବେ। ନିଲାମରେ କେ.ଏଲ ରାହୁଲ, ରିଷଭ ପନ୍ତ ଏବଂ ଶ୍ରେୟସ ଆୟରଙ୍କ ଭଳି ଭାରତୀୟ ଖେଳାଳିଙ୍କୁ ଟେଣ୍ଡର କରାଯିବ।

ସମସ୍ତ ଭାରତୀୟ ଖେଳାଳି ନିଲାମ ପାଇଁ ସେମାନଙ୍କର ମୂଳ ମୂଲ୍ୟ ୨ କୋଟି ଟଙ୍କା ରଖିଛନ୍ତି। ତେବେ ଆସନ୍ତୁ ଜାଣିବା ୨ କୋଟି ଟଙ୍କା ମୂଲ୍ୟର ଖେଳାଳି ତାଲିକାରେ କିଏ ଅନ୍ତର୍ଭୁକ୍ତ। ମେଗା ନିଲାମ ପାଇଁ ମୋଟ ୧,୫୭୪ ଖେଳାଳି ପଞ୍ଜୀକୃତ କରିଛନ୍ତି। ଯେଉଁଥିରେ ୧,୧୬୫ ଭାରତୀୟ ଖେଳାଳି ଉପସ୍ଥିତ ।

୨ କୋଟି ଟଙ୍କା ମୂଲ୍ୟର ଖେଳାଳି ତାଲିକାରେ ଏହି ସବୁ ଖେଳାଳି…
କେ.ଏଲ ରାହୁଲ, ରିଷଭ ପନ୍ତ, ଶ୍ରେୟସ ଆୟର, ଟି ନଟରରାଜନ, ଦେବଦତ୍ତ ପାଦିକ୍କାଲ , କ୍ରୁନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା , ହର୍ଷଲ ପଟେଲ , ଅର୍ଶଦୀପ ସିଂ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ଶାମି, ଉମେଶ ଯାଦବ, ଖଲିଲ ଅହମ୍ମଦ, ଦୀପକ ଚହର, ଭେଙ୍କଟେଶ ଆୟର, ଆବେଶ ଖାନ, ମୁକେଶ କୁମାର, ଭୁବନେଶ୍ୱର କୁମାର, ପ୍ରସିଦ୍ଧ କୃଷ୍ଣା ଅନ୍ତଭୁକ୍ତ ଅଛନ୍ତି।