Categories: Home Leftଖେଳ

IPL 2025: ମାଥ୍ୟୁ ମଟଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୫ା୨: ଇଂଲଣ୍ଡର ପୂର୍ବତନ ଧଳା ବଲ କୋଚ ମାଥ୍ୟୁ ମଟଙ୍କୁ ମଙ୍ଗଳବାର ଆଗାମୀ ଆଇପିଏଲ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଦଳର ସହାୟକ କୋଚ ଭାବେ ନିଯୁକ୍ତ କରାଯାଇଛି।

୫୧ ବର୍ଷୀୟ ମଟ ମୁଖ୍ୟ କୋଚ ହେମଙ୍ଗ ବଦାନୀଙ୍କୁ ସହାୟତା କରିବେ। ଗତ ବର୍ଷ ଅକ୍ଟୋବରରେ ବଦାନୀଙ୍କୁ ଦଳର ମୁଖ୍ୟ କୋଚ ନିଯୁକ୍ତ କରାଯାଇଥିଲା। ଦିଲ୍ଲୀ ଫ୍ରାଞ୍ଚାଇଜିର ସପୋର୍ଟ ଷ୍ଟାଫ ଦଳରେ କ୍ରିକେଟର ନିର୍ଦ୍ଦେଶକ ଭାବେ ଭେନୁଗୋପାଳ ରାଓ ଓ ବୋଲିଂ କୋଚ ଭାବେ ମୁନାଫ ପଟେଲ ରହିଛନ୍ତି।

ପୂର୍ବତନ ଫାଷ୍ଟ-କ୍ଲାସ କ୍ରିକେଟର ୬୬ ମ୍ୟାଚରେ ୩,୫୦୦ରୁ ଊର୍ଦ୍ଧ୍ୱ ରନ୍‌ କରିଥିଲେ। ସେ ଗତ ବର୍ଷ ଜୁଲାଇରେ ଇଂଲଣ୍ଡ ଦଳର କୋଚ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ମାର୍ଗଦର୍ଶନରେ ଇଂଲଣ୍ଡ ୨୦୨୨ରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍‌ ଜିତି ଥିଲା।

ମଟ ପୂର୍ବରୁ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ (କେକେଆର) ସହିତ ସହାୟକ କୋଚ ଭାବେ କାର୍ଯ୍ୟ କରିଥିଲେ। ପ୍ରଥମ ଆଇପିଏଲ ଟାଇଟଲ ଲକ୍ଷ୍ୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ମାର୍ଚ୍ଚ ୨୪ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲଏସଜି) ବିପକ୍ଷ ମ୍ୟାଚରୁ ତା’ର ଅଭିଯାନ ଆରମ୍ଭ କରିବ।

Share