IPL 2025: ପୁଣିଥରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିଲେ M S Dhoni, ବିମାନ ବନ୍ଦରରେ କଲେ ଏମିତି କାମ, ଦେଖନ୍ତୁ Video

ନୂଆଦିଲ୍ଲୀ,୧୭।୪: IPL 2025ରେ, CSK ଏହାର ପରବର୍ତ୍ତୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ। ୱାଙ୍ଖେଡେ ଷ୍ଟାଡିୟମ ଏହି ମ୍ୟାଚ ଆୟୋଜନ କରିବାକୁ ଯାଉଛି। ଏ ସମ୍ପର୍କରେ ଚେନ୍ନାଇ ଟିମ୍‌ ମୁମ୍ବାଇରେ ପହଞ୍ଚିଛି। ନିକଟରେ ଦଳର ସମସ୍ତ ଖେଳାଳିଙ୍କୁ ବିମାନବନ୍ଦରରେ ଦେଖାଯାଇଥିଲା।
ଏତିକି ବେଳେ M S Dhoni ଜଣେ ବୃଦ୍ଧା ମହିଳାଙ୍କ ପାଇଁ କିଛି କରିଥିଲେ, ଯାହା ପାଇଁ ତାଙ୍କୁ ବହୁତ ପ୍ରଶଂସା କରାଯାଉଛି।
ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଶେୟାର ହେଉଛି।
ଟୁଇଟରରେ M S Dhoniଙ୍କ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ବିମାନବନ୍ଦରର। ଏଥିରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ M S Dhoniଙ୍କୁ ଦେଖିବାକୁ ମିଳିଛି। କଡ଼ା ସୁରକ୍ଷା ମଧ୍ୟରେ ୪୩ ବର୍ଷୀୟ ଏହି କ୍ରିକେଟର ସେହି ରାସ୍ତା ଦେଇ ଯାଉଥିଲେ।
ଏହି ସମୟରେ ମାହି ଜଣେ ବୃଦ୍ଧା ମହିଳାଙ୍କୁ ହ୍ବିଲଚେୟାରରେ ବସିଥିବାର ଦେଖିଲେ। ସେ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଏକ ଫଟୋ ଉଠାଇବାକୁ ଚାହୁଁଥିଲେ। ପୂର୍ବତନ ଭାରତୀୟ କ୍ରିକେଟର ଏହା ବୁଝିପାରିଲେ। ସେ ସଙ୍ଗେ ସଙ୍ଗେ ମହିଳାଙ୍କ ହାତରୁ ଫୋନଟି ନେଇ ଏକ ସେଲଫି ନେଲେ। ତାଙ୍କର ଏହି ଶୈଳୀକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ। ଧୋନିଙ୍କ ନମ୍ରତାକୁ ବହୁତ ପ୍ରଶଂସା କରାଯାଉଛି।
M S Dhoniଏହି ସିଜିନରେ ମୋଟ ୭ଟି ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ଡାହାଣହାତୀ ବ୍ୟାଟସମ୍ୟାନ ୪୩.୩୩ ହାରରେ ୧୩୦ ରନ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ଷ୍ଟ୍ରାଇକ ରେଟ ୧୫୮.୫୩ ରହିଛି।