Categories: Home Leftଖେଳ

ଘୋଷଣା ହେଲା ଆଇପିଏଲ୍ ୨୦୨୪ ପ୍ଲେୟାର ନିଲାମ ତାଲିକା, ଓଡ଼ିଶାର ଦୁଇ ଖେଳାଳି ପାଇଲେ ସୁଯୋଗ

ମୁମ୍ବାଇ,୧୧।୧୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ପ୍ଲେୟାର ନିଲାମ ପାଇଁ ରୋଷ୍ଟର ପ୍ରକାଶିତ ହୋଇଛି। ଦୁବାଇର କୋକାକୋଲା ଏରେନାରେ ଡିସେମ୍ବର ୧୯, ୨୦୨୩ ରେ ଏହି ନିଲାମ ହେବ।

ଏଥିରେ ମୋଟ ୩୩୩ କ୍ରିକେଟରଙ୍କ ନାଁ ନିଲାମୀ ପାଇଁ ଚୂଡାନ୍ତ ହଇଛି। ୩୩୩ ଖେଳାଳିଙ୍କ ମଧ୍ୟରୁ, ୨୧୪ ଜଣ ଭାରତୀୟ ଏବଂ ୧୧୯ ଜଣ ବିଦେଶୀ ଖେଳାଳି, ଯେଉଁମାନଙ୍କ ମଧ୍ୟରୁ ୨ ଖେଳାଳି ସହଯୋଗୀ ରାଷ୍ଟ୍ରର ଅଟନ୍ତି। ଏମାନଙ୍କ ମଧ୍ୟରେ ୧୧୬ ଖେଳାଳି ବିଭିନ୍ନ ଦେଶ ପାଇଁ ପ୍ରତିନିଧିତ୍ବ କରି ସାରିଛନ୍ତି, ବାକି ୨୧୫ ଖେଳାଳି ମାନେ ଘରୋଇ ଦଳ କ୍ରିକେଟ ଖେଳିଛନ୍ତି ଏବଂ ସହଯୋଗୀ ରାଷ୍ଟ୍ରମାନଙ୍କ ମଧ୍ୟରୁ ୨ ରହିଛନ୍ତି।

୨ କୋଟି ଟଙ୍କା ସର୍ବାଧିକ ମୂଳ ମୂଲ୍ୟ ଥିବା ବେଳେ ୨୩ ଜଣ ଖେଳାଳି ଏହି ସ୍ଲଟରେ ସେମାନଙ୍କର ନାମ ପଞ୍ଜିକରଣ କରିଛନ୍ତି। ସେହିପରି ୧୩ ଖେଳାଳି ୧.୫ କୋଟି ଟଙ୍କା ମୂଲ୍ୟର ନିଲାମ ତାଲିକାରେ ଅଛନ୍ତି। ଏହି ତାଲିକାରେ ଓଡ଼ିଶାର ଦୁଇ ଖେଳାଳି ବ୍ୟାଟର ଶୁଭ୍ରାଂଶୁ ସେନାପତି ଏବଂ ଲେଗ ସ୍ପିନର ମୁସ୍ତାକ ବେଗଙ୍କୁ ସ୍ଥାନ ମିଳିଛି।

Share