ଆଇପିଏଲ୍‌ ୨୦୨୪ ଫାଇନାଲ ଖେଳିବ ଏହି ଦୁଇ ଟିମ୍‌!

ନୂଆଦିଲ୍ଲୀ,୨୧।୫: ଆଇପିଏଲ୍‌ ୨୦୨୪ ଏହାର ଅନ୍ତିମ ଚରଣରେ ପହଞ୍ଚିଛି। ୧୦ ଟିମ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଟୁର୍ନାମେଣ୍ଟରେ ଏବେ କେବଳ ୪ ଟିମ୍‌ ପ୍ଲେ ଅଫ୍‌ ଖେଳୁଛନ୍ତି। ମେ’ ୨୬ରେ ଟୁର୍ନାମେଣ୍ଟର ଫାଇନାଲ ଖେଳାଯିବ, ଯେଉଁଥିରେ ପ୍ଲେ ଅଫ୍‌ ଜିତି ଆଗକୁ ବଢ଼ିଥିବା ଟପ୍‌ ୨ ଟିମ୍‌ ଭାଗନେବେ।

କ୍ୱାଲିଫାୟର ମୁକାବିଲା ଖେଳାଯିବା ପରଠାରୁ କେଉଁ ଦୁଇ ଟିମ୍‌ ଫାଇନାଲ ଖେଳିବ ସେନେଇ ଚର୍ଚ୍ଚା ସରଗରମ ରହିଛି। ଏମିତିରେ ଅଙ୍କ ତାଲିକା ମୁତାବକ କୋଲକାତା ନିଶ୍ଚିତ ଭାବେ ଫାଇନାଲ ଖେଳିବ। ସେହିଭଳି ଆର୍‌ସିବି ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲ ଟିକେଟ ପକ୍କା କରିବ ବୋଲି କ୍ରିକେଟ ବିଶେଷଜ୍ଞ ମତ ରଖୁଛନ୍ତି। ପାକିସ୍ତାନର ଭେଟେରାନ କ୍ରିକେଟର ଓ୍ବାସିମ ଅକ୍‌ରମ୍‌ ମଧ୍ୟ ଏହି ମତ ରଖିଛନ୍ତି।

ଅକରମ କହିଛନ୍ତି ଯେ, କେକେଆର୍‌ ଫାଇନାଲ ଖେଳୁଥିବା ପ୍ରଥମ ଟିମ୍‌ ହେବ। ଏହାଛଡ଼ା ଆର୍‌ସିବିଠାରୁ ଅନ୍ୟ ଦଳକୁ ସତର୍କ ରହିବାକୁ ହେବ ବୋଲି ସେ ମଧ୍ୟ କହିଛନ୍ତି।