Categories: Home Leftଖେଳ

୧୮ରେ ଆଇପିଏଲ ଖେଳାଳିଙ୍କ ନିଲାମ ପ୍ରକ୍ରିୟା

ନୂଆଦିଲ୍ଲୀ,୨୭ା୧- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ଲାଗି ନିଲାମ ପ୍ରକ୍ରିୟା ଆସନ୍ତା ମାସ ୧୮ ତାରିଖରେ ଚେନ୍ନାଇଠାରେ ଅନୁଷ୍ଠିତ ହେବ। ଏ ନେଇ ବୁଧବାର ଟୁଇଟର ଯୋଗେ ଆଇପିଏଲର ଆୟୋଜକମାନେ ଘୋଷଣା କରିଛନ୍ତି।

ଚେନ୍ନାଇରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚ୍‌ ପରେ ଏହି ମିନି ଅକ୍‌ଶନ ଆୟୋଜିତ ହେବ। ଫେବୃୟାରୀ ୫ ତାରିଖରୁ ସିରିଜ୍‌ର ପ୍ରଥମ ଓ ପରେ ୧୩ରୁ ୧୭ ତାରିଖ ମଧ୍ୟରେ ଚେପକ ଷ୍ଟାଡିୟମରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ଆଗାମୀ ଆଇପିଏଲ କେଉଁଠାରେ ଖେଳାଯିବ, ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି କରି ନାହିଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)।

ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ମୋଟ ୧୩୯ ଖେଳାଳିଙ୍କ ନାମ ସ୍ଥାନ ପାଇଛି। ଏଥିରେ ବିଭିନ୍ନ ଫ୍ରାଞ୍ଚାଇଜରୁ ବିଦା ହୋଇଥିବା ୫୭ ଖେଳାଳି ରହିଛନ୍ତି। କିଙ୍ଗ୍ସ ଏକାଦଶ ପଞ୍ଜାବ ପକଟରେ ରହିଛି ସର୍ବାଧିକ ୫୩.୨୦ କୋଟି ଟଙ୍କା। ଏହି ଫ୍ରାଞ୍ଚାଇକ ପଛକୁ ରହିଛନ୍ତି ଆରସିବି (୩୫.୯୦ କୋଟି ଟଙ୍କା) ଓ ରାଜସ୍ଥାନ ରୟାଲ୍ସ (୩୪.୮୫ କୋଟି )।