Rahul Tewatia of Rajasthan Royals and Riyan Parag of Rajasthan Royals during match 26 of season 13 of the Dream 11 Indian Premier League (IPL) between the Sunrisers Hyderabad and the Rajasthan Royals held at the Dubai International Cricket Stadium, Dubai in the United Arab Emirates on the 11th October 2020. Photo by: Saikat Das / Sportzpics for BCCI
ଦୁବାଇ,୧୨।୧୦(ପି.ଟି.): ରାହୁଲ ଟଓ୍ବୋଟିଆ ଓ ଯୁବ ବ୍ୟାଟ୍ସମ୍ୟାନ ରିଆନ ପରାଗ ଉପଯୋଗୀ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷରେ ରାଜସ୍ଥାନ ରୟାଲ୍ସକୁ ୫ ଉଇକେଟରେ ବିଜୟୀ କରାଇଛନ୍ତି। ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୬ତମ ମ୍ୟାଚ୍ରେ ଟସ୍ ଜିତି ହାଇଦ୍ରାବାଦ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ୧୯.୫ ଓଭରରେ ୫ ଉଇକେଟ ହରାଇ ୧୬୩ ରନକରି ବିଜୟ ହାସଲ କରିଛି। ଏଥିସହ କ୍ରମାଗତ ୪ଟି ପରାଜୟ ପରେ ରାଜସ୍ଥାନ ବିଜୟଧାରାକୁ ଫେରିଛି। ୨୮ ବଲରୁ ୪ ଚୌକା ଓ ୨ ଛକା ସହ ଦ୍ରୁତ ୪୫ରନ କରି ଅପରାଜିତ ରହିଥିବା ଟଓ୍ବୋଟିଆ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
୧୫୯ ଟାର୍ଗେଟର ପିଛାକରି ରଜସ୍ଥାନ ମାତ୍ର ୨୬ ରନରେ ବେନ୍ ଷ୍ଟୋକ୍ସ, ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଓ ଜୋସ ବଟଲରଙ୍କୁ ହରାଇ ସମସ୍ୟାରେ ପଡିଥିଲା। ଷ୍ଟୋକ୍ସ ୫, ବଟଲର ୧୬, ସ୍ମିଥ୍ ୫ ରନ କରି ଆଉଟ ହୋଇଥିଲେ। ସଞ୍ଜୁ ସାମସନ ୨୬ ଓ ରବିନ ଉଥାପ୍ପା ୧୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଆଉ କୌଣସି କ୍ଷତି ନ ହେବାକୁ ଦେଇ ଟଓ୍ବୋଟିଆ ଓ ପରାଗ ଷଷ୍ଠ ଉଇକେଟରେ ୪୭ ବଲରୁ ଅପରାଜିତ ଦ୍ରୁତ ୮୫ ରନକରି ଦଳକୁ ଜିତାଇଥିଲେ। ଟଓ୍ବୋଟିଆ ୪୫ ଓ ପରାଗ ୨୬ ବଲରୁ ୨ ଚୌକା ଓ ୨ ଛକା ସହ ୪୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଖଲିଲ ଅହମ୍ମଦ ଓ ରସିଦ ଖାନ୍ ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ପକ୍ଷରୁ ମନୀଷ ପାଣ୍ଡେ ସର୍ବାଧିକ ୫୪ ରନ (୪୪ ବଲ, ୨ ଚୌକା, ୩ ଛକା), ଅଧିନାୟକ ତଥା ଓପନର ଡେଭିଡ୍ ଓ୍ବାର୍ନର ୪୮ ରନ (୩୮ ବଲ, ୩ ଚୌକା, ୨ ଛକା), ଜନି ବେୟାରଷ୍ଟୋ ୧୬, ପ୍ରିୟମ ଗର୍ଗ ୧୫ ରନକରି ଆଉଟ ହୋଇଥିବା ବେଳେ ଅଭିଜ୍ଞ କେନ୍ ଓ୍ବିଲିୟମସନ ୧୨ ବଲରୁ ୨ ଛକା ସହ ୨୨ରନ କରି ଅପରାଜିତ ରହିଥିଲେ। ବୋଲିଂରେ ରାଜସ୍ଥାନ ତରଫରୁ ଜୋଫ୍ରା ଆର୍ଚର, କାର୍ତ୍ତିକ ତ୍ୟାଗୀ ଓ ଜୟଦେବ ଉନାଡକଟ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୫୮/୪
(ଓ୍ବାର୍ନର- ୪୮, ପାଣ୍ଡେ- ୫୪, ଓ୍ବିଲିୟମସନ- ୨୨*, ଆର୍ଚର- ୧/୨୫, ତ୍ୟାଗୀ- ୧/୨୯, ଉନାଡକଟ- ୧/୩୧)।
ରାଜସ୍ଥାନ ରୟାଲ୍ସ ୧୯.୫ ଓଭରରେ ୧୬୩/୫
(ଟଓ୍ବୋଟିଆ- ୪୫*, ପରାଗ- ୪୨*, ଖଲିଲ- ୨/୩୭, ରସିଦ- ୨/୨୫)।