ନୂଆଦିଲ୍ଲୀ,୨୧।୯: ଆପଲ କମ୍ପାନୀ ନୂଆ iPhone ୧୭ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିଛି। ୧୯ ସେପ୍ଟେମ୍ବରରୁ ଏହାର ସେଲ ଆରମ୍ଭ ହୋଇଛି। ଯଦି ଆପଣ ମଧ୍ୟ ନୂଆ iPhone କିଣିବାକୁ ଚାହୁଁଛନ୍ତି କିନ୍ତୁ ବଜେଟ କମ ପଡ଼ୁଛି, ତେବେ ଚିନ୍ତାର କରିବାର କିଛି ନାହିଁ। କମ୍ପାନୀ ଗ୍ରାହକମାନଙ୍କ ପାଇଁ ସହଜ ପେମେଣ୍ଟ ଅପ୍ସନ ଉପଲବ୍ଧ କରିଛି, ଯାହା ଅନୁଯାୟୀ ଏହାକୁ ମାତ୍ର ୩,୪୫୪ ଟଙ୍କାରେ ନୋ-କୋଷ୍ଟ EMIରେ କିଣାଯାଇପାରିବେ।
ନୂଆ iPhone ୧୭ର ଲଞ୍ଚ ଓ ଫିଚର୍ଗୁଡ଼ିକ:
iPhone ୧୭ ପାଞ୍ଚଟି ଅଦ୍ଭୁତ ରଙ୍ଗରେ ଲେଭେଣ୍ଡର, ସେଜ୍, ମିଷ୍ଟ ବ୍ଲୁ, ବ୍ଲ୍ୟାକ ଏବଂ ହ୍ବାଇଟ ଉପଲବ୍ଧ। ଏଥିରେ ପୂର୍ବରୁ ଅଧିକ ବ୍ରାଇଟ ଡିସ୍ପ୍ଲେ ଦିଆଯାଇଛି। ଫୋନ୍ଙ୍କୁ ଶକ୍ତିଶାଳୀ କରିବା ପାଇଁ ଏଥିରେ ନୂଆ ଏବଂ ଫାଷ୍ଟ A୧୯ ଚିପ୍ ରହିଛି, ଯାହା ପର୍ଫମାନ୍ସ ଓ ବ୍ୟାଟେରୀ କ୍ଷେତ୍ରରେ ଏହାକୁ ଆହୁରି ଦମ୍ଦାର କରିଛି।
ମୂଲ୍ୟ ଓ EMI ଅଫର୍:
iPhone ୧୭ର ଆରମ୍ଭିକ ମୂଲ୍ୟ ୮୨,୯୦୦ ଟଙ୍କା ରଖାଯାଇଛି। କିନ୍ତୁ ଗ୍ରାହକମାନଙ୍କ ପାଇଁ କମ୍ପାନୀ ସହଜ ଫାଇନାନ୍ସିଂ ଅପ୍ସନ ମଧ୍ୟ ଦେଇଛି। ଏବେ ଏହାକୁ ନୋ-କୋଷ୍ଟ EMIରେ ମାତ୍ର ୩,୪୫୪ ଟଙ୍କା ପ୍ରତି ମାସରେ କିଣିହେବ। ଏହି ଅଫର ସେହି ଗ୍ରାହକମାନଙ୍କ ପାଇଁ ବିଶେଷ ଯାହା ଏକକାଳୀନ ଟଙ୍କା ଦେବା ବଦଳରେ କିସ୍ତି ପେମେଣ୍ଟ କରିବାକୁ ଚାହୁଁଛନ୍ତି। ଏହା ସହିତ iPhone ୧୭ କିଣିବାରେ କ୍ୟାଶବ୍ୟାକ୍ ଏବଂ ଅନ୍ୟ କ୍ରେଡିଟ କାର୍ଡ ଡିସ୍କାଉଣ୍ଟ ମଧ୍ୟ ମିଳୁଛି। ତଥାପି ଏହା ପାଇଁ ସର୍ତ୍ତ ଓ ନିୟମ ଲାଗୁ ହେବ।
କେଉଁଠାରୁ କିଣିିପାରିବେ iPhone ୧୭?
ଏହି ଅଫର ଦେଶବ୍ୟାପୀ ଏପଲ ଅଧିକୃତ ଷ୍ଟୋର୍ରେ ଉପଲବ୍ଧ। ଏହା ସହିତ ଗ୍ରାହକମାନେ ନିକଟସ୍ଥ ରିଟେଲ ଷ୍ଟୋର୍ ସହିତ ଅଫଲାଇନ ଷ୍ଟୋର୍ ପେରି କ୍ରୋମା ଏବଂ ରିଲାୟନ୍ସ ଡିଜିଟାଲ ଭଳି ପ୍ଲାଟଫର୍ମରୁ ମଧ୍ୟ iPhone ୧୭ କିଣିପାରିବେ। ଆମାଜନ୍ ଏବଂ ଫ୍ଲିପକାର୍ଟ ଭଳି ଅନଲାଇନ ପ୍ଲାଟ୍ଫର୍ମରେ ମଧ୍ୟ iPhone ୧୭ ବିକ୍ରି ହେଉଛି।
| iPhone 17 | 256GB | ₹82,900 |
| 512GB | ₹1,02,900 | |
| iPhone 17 Pro | 256GB | ₹1,34,900 |
| 512GB | ₹1,54,900 | |
| 1TB | ₹1,74,900 | |
| iPhone 17 Pro Max | 256GB | ₹1,49,900 |
| 512GB | ₹1,69,900 | |
| 1TB | ₹1,89,900 | |
| 2TB | ₹2,29,900 | |
| iPhone Air | 256GB | ₹1,19,900 |
| 512GB | ₹1,39,900 | |
| 1TB | ₹1,59,900 |