ପୋଷ୍ଟ ଅଫିସର ଜବରଦସ୍ତ ପ୍ଲାନ୍‌: ଏହି ସେଭିଂ ସ୍କିମ୍‌ରେ ନିବେଶ କରି ମାସକୁ ପାଆନ୍ତୁ ୯୦୦୦ ଟଙ୍କା, ଦରମା ଭଳି…

ନୂଆଦିଲ୍ଲୀ,୨୪।୯: ଯଦି ଆପଣ ଏପରି ଏକ ବିନିଯୋଗ ମାଧ୍ୟମ ଖୋଜୁଛନ୍ତି ଯେଉଁଠାରୁ ଆପଣଙ୍କୁ ମାସିକ ଆୟ ମିଳିପାରିବ, ତେବେ ଆମେ ଆପଣଙ୍କୁ ଡାକଘରର ଏକ ଦମ୍‌ଦାର ଯୋଜନା ବିଷୟରେ କହୁଛୁ। ଏହି ଯୋଜନାର ନାମ ହେଉଛି ଡାକଘର ମାସିକ ଆୟ ଯୋଜନା (POMIS)। ଏହି ଯୋଜନା ଏକକାଳୀନ ବିନିଯୋଗରେ ନିଶ୍ଚିତ ରିଟର୍ନ ପ୍ରଦାନ କରେ। ଏହି ଯୋଜନାରେ ବିନିଯୋଗ କରି ଆପଣ ବ୍ୟକ୍ତିଗତ ଖାତାରୁ ମାସିକ ୫,୫୫୦ ଟଙ୍କା ଓ ଯୌଥ ଖାତାରୁ ୯,୨୫୦ ଟଙ୍କା ପର୍ଯ୍ୟନ୍ତ ଆୟ ପାଇପାରିବେ। ଆସନ୍ତୁ ଏହି ଯୋଜନା ବିଷୟରେ ବିସ୍ତୃତ ଭାବେ ଜାଣିବା।

MIS ର ମୁଖ୍ୟ ବୈଶିଷ୍ଟ୍ୟ:
– **ସୁଧ ହାର**: ଏହି ଯୋଜନାରେ ବର୍ତ୍ତମାନ ୭.୪% ବାର୍ଷିକ ସୁଧ ହାର ମିଳୁଛି।
– **ନ୍ୟୂନତମ ବିନିଯୋଗ**: ଆପଣ ନ୍ୟୂନତମ ୧,୦୦୦ ଟଙ୍କାରୁ MIS ଖାତା ଖୋଲିପାରିବେ।
– **ଖାତାର ପ୍ରକାର**: ଖାତା ବ୍ୟକ୍ତିଗତ ଭାବେ କିମ୍ବା ଯୌଥ ଭାବେ (ତିନି ଜଣ ପର୍ଯ୍ୟନ୍ତ ବୟସ୍କ) ଖୋଲାଯାଇପାରିବ।
– **ସର୍ବାଧିକ ବିନିଯୋଗ**: ଏକକ ଖାତା ପାଇଁ ସର୍ବାଧିକ ୯ ଲକ୍ଷ ଟଙ୍କା ଏବଂ ଯୌଥ ଖାତା ପାଇଁ ୧୫ ଲକ୍ଷ ଟଙ୍କା।
– **ବିନିଯୋଗ ଅବଧି**: ଏହା ପାଞ୍ଚ ବର୍ଷ ପାଇଁ ମାସିକ ଆୟ ପ୍ରଦାନ କରେ, ଯେଉଁଥିରେ ଖାତା ଖୋଲିବା ତାରିଖରୁ ପରିପକ୍ୱତା ପର୍ଯ୍ୟନ୍ତ ପ୍ରତି ମାସ ଶେଷରେ ସୁଧ ପ୍ରଦେୟ।
– **ସମୟ ପୂର୍ବରୁ ଉଠାଣ**: ସମ୍ପୃକ୍ତ ଡାକଘରରେ ଆବଶ୍ୟକୀୟ ଆବେଦନ ପତ୍ର ଓ ପାସବୁକ ଜମା କରି ଖାତାକୁ ସମୟ ପୂର୍ବରୁ ବନ୍ଦ କରାଯାଇପାରିବ।

ବିନିଯୋଗ ରାଶି ଅନୁଯାୟୀ ମାସିକ ଆୟ ଗଣନା:
ମାସିକ ଆୟ = (ଜମା ରାଶି * ସୁଧ ହାର)/ ୧୨

**ଉଦାହରଣ**:
– ଯଦି ଆପଣ ୫ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ଆପଣଙ୍କୁ ପ୍ରତି ମାସେ ୩,୦୮୩.୩୩ ଟଙ୍କା ମିଳିବ।
– ଯଦି ଆପଣ ୯ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ଆପଣଙ୍କୁ ପ୍ରତି ମାସେ ୫,୫୫୦ ଟଙ୍କା ମିଳିବ।
– ଯଦି ଆପଣ ୧୫ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ଆପଣଙ୍କୁ ପ୍ରତି ମାସେ ୯,୨୫୦ ଟଙ୍କା ମିଳିବ।

ଏହିପରି ଆପଣ ଆପଣଙ୍କ ବିନିଯୋଗ ଅନୁଯାୟୀ ମାସିକ ଆୟକୁ ସହଜରେ ଗଣନା କରିପାରିବେ।

POMIS ଖାତା କିଏ ଖୋଲିପାରିବ?
– ଯେ କୌଣସି ଭାରତୀୟ ନାଗରିକ ଖାତା ଖୋଲିପାରିବେ।
– ସର୍ବାଧିକ ୩ ଜଣ ମିଶି ଯୌଥ ଆକାଉଣ୍ଟ ଖୋଲି ପାରିବେ।
-ନାବାଳକ ନଚେତ ମାନସିକ ରୂପେ ପୀଡ଼ିତ ବ୍ୟକ୍ତି ଲାଗି ଅଭିଭାବକ ଖାତା ଖୋଲି ପାରିବେ।

POMIS ଟଙ୍କା ଜମା ନିୟମ:
– ସର୍ବନିମ୍ନ ଜମା: ୧୦୦୦ ଟଙ୍କା
-ସର୍ବାଧିକ ଜମା:୯ ଲକ୍ଷ ଟଙ୍କା ଏବଂ ୧୫ ଲକ୍ଷ ଟଙ୍କା

POMIS ସୁଧ ଦେୟ
ଖାତା ଖୋଲିବା ତାରିଖରୁ ପ୍ରତି ମାସରେ ସୁଧ ଜମା କରାଯାଏ।
ଯଦି ସୁଧ ବାହାର କରାଯାଏ ନାହିଁ, ତେବେ ଆଉ କୌଣସି ସୁଧ ମିଳିବ ନାହିଁ।