କୋଚ୍‌ ପଞ୍ଜିକରଣ ପାଇଁ ଓପନ୍‌ ଆପ୍ଲିକେଶନ ସବ୍‌ମିଶନ ସିଷ୍ଟମ ଆରମ୍ଭ

ନୂଆଦିଲ୍ଲୀ,୧।୭(ପି.ଟି.): କୋଚ୍‌ ଓ ଟେକ୍‌ନିକାଲ ଅଫିସିଆଲମାନଙ୍କ ପଞ୍ଚିକରଣ ପାଇଁ ହକି ଇଣ୍ଡିଆ ଏକ ନୂଆ ପ୍ରୟାସ ଆରମ୍ଭ କରିଛି। ହକି ଇଣ୍ଡିଆ ଏଥିପାଇଁ ଓପନ୍‌ ଆପ୍ଲିକେଶନ ସବ୍‌ମିଶନ ସିଷ୍ଟମ ଲଞ୍ଚ୍‌ କରିଛି। ଏହି ପ୍ରଣାଳୀ ଅନୁସାରେ ସମ୍ଭାବ୍ୟ କୋଚ୍‌ମାନେ ହକି ଇଣ୍ଡିଆର ରେଜିଷ୍ଟର ମେମ୍ବର ୟୁନିଟ୍‌ (ଆରଏମ୍‌ୟୁ)ଠାରୁ ଅନ୍‌ଲାଇନ୍‌ରେ ଏକ ଓପନ୍‌ ଲିଙ୍କ୍‌ ମାଧ୍ୟମରେ ସେମାନଙ୍କ ଆବେଦନ ଦାଖଲ କରିପାରିବେ। ଥରେ ଜଣେ ପ୍ରାର୍ଥୀ ଆବେଦନ କରିସାରିବା ପରେ ସେ ସମ୍ପୃକ୍ତ ଆରଏମ୍‌ୟୁଠାରୁ ଅନୁମୋଦନ ପାଇପାରିବେ। ଆରଏମ୍‌ୟୁରୁ ଥରେ ଅନୁମୋଦନ ପାଇବା ପରେ ପ୍ରାର୍ଥୀମାନେ ନ୍ୟାଶନାଲ ଫେଡେରେଶନଗୁଡିକଠାରୁ ଅନ୍ତିମ ଅନୁମୋଦନ ହାସଲ କରିପାରିବେ। ଏହାପରେ ଯାଇ କୋଚ୍‌ ଓ ଟେକ୍‌ନିକାଲ ଅଫିସିଆଲଙ୍କ ପଞ୍ଜିକରଣ ହେବ ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି। ଏହି ସିଷ୍ଟମ ବା ପ୍ରାଣାଳୀ ଦ୍ୱାରା ସବୁ କୋଚ୍‌ ଓ ଟେକ୍‌ନିକାଲ ଅଫିସିଆଲମାନେ ଫାଇଦା ଉଠାଇପାରିବେ। ଏହା ଏକ ବୈପ୍ଳବିକ ପଦକ୍ଷେପ ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି। ଏହି ରେଜିଷ୍ଟ୍ରେଶନ ପ୍ଲାଟଫର୍ମ ଦ୍ୱାରା ସବୁ ଯୁବ ଓ ଅଭିଜ୍ଞ କୋଚ୍‌ ଉପକୃତ ହୋଇପାରିବେ।