କଟକରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ

କଟକ,୬।୧୦: କଟକରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଧ ହୋଇଛି। ଏ ନେଇ ରାଜ୍ୟ ସରକାରଙ୍କୁ ଜିଲା ପ୍ରଶାସନର ପ୍ରସ୍ତାବ ଦେଇଥିଲା। ତେବେ କିଛି ସମୟ ପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିଛି। ଏ ନେଇ କଟକ ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି। ତେବେ ସନ୍ଧ୍ୟା ୭ଟାରେ ଇଣ୍ଟରନେଟ କଟକଣା ସରୁ ଥିବା ବେଳେ ପ୍ରଶାସନର ନିଷ୍ପତ୍ତିକୁ ଚାହିଁ ବସଥିଲେ କଟକବାସୀ। ପୁଣି ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଧ କଲେ ଜିଲା ପ୍ରଶାସନ। କାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର -ସିଏମ୍‌ସି, ସିଡିଏ, ବୟାଳିଶିମୌଜାରେ କଟକଣା ବଳବତ୍ତର -ପୂର୍ବ ପରି ହ୍ବାଟ୍‌ସ ଆପ୍‌, ଫେସବୁକ୍, ଏକ୍ସ, ଇନ୍‌ଷ୍ଟାଗ୍ରାମ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି।