ତୁମୁଡିବନ୍ଧ,୮।୩ (ଦୀପକ କୁମାର ପରାସେଠ)- କନ୍ଧମାଳ ଜିଲା ତୁମୁଡିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମଧ୍ୟମିକ ବିଦ୍ୟାଳୟରେ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପାତ୍ର ସଭାପତିତ୍ୱ କରି ସାମ୍ପ୍ରତିକ ପରିସ୍ଥିତିରେ ମହିଳାମାନେ କିଭଳି ଦେଶର ପ୍ରଗତିରେ କର୍ଣ୍ଣଧାର ସାଜିଛନ୍ତି ସେନେଇ ଉଦାହରଣ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଦୀପ ନାୟକ ପଦାର୍ଥ ବିଜ୍ଞାନର ବିଭାଗୀୟ ମୁଖ୍ୟ ଆଦିବାସୀ ମହାବିଦ୍ୟାଳୟ ବାଲିଗୁଡା ଯୋଗ ଦେଇ ଆଜିର ସମାଜରେ ମହିଳା ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଯଥେଷ୍ଟ ସମ୍ନାନ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଚିତ ବୋଲି ନିଜର ମତ ଉପସ୍ଥାପନା କରିଥିଲେ। ଇତ୍ୟବସରରେ ଅଧ୍ୟକ୍ଷ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ। ଏହି ଦିବସ ପରିପ୍ରେକ୍ଷୀରେ ଅର୍ଥନୀତି ଅଧ୍ୟାପିକା ଡକ୍ଟର ମଞ୍ଜୁଳା ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳା ମାନେ ନିଜର କର୍ତ୍ତବ୍ୟ ଓ ସାମାଜିକ ଦାୟିତ୍ୱ ପ୍ରତି ପ୍ରତିବଦ୍ଧତା ହୋଇ ସମାଜରେ ଆସୁଥିବା ଝଡ଼ ଝଞ୍ଜାକୁ ଭୃକ୍ଷେପ ନକରି ଆଗକୁ ବଢିବା ଉଚିତ ବୋଲି ନିଜର ମତ ରଖିଥିଲେ। ଏହି ଦିବସରେ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। ସଭା ଶେଷରେ ଅଧ୍ୟାପକ ଡକ୍ଟର ସତ୍ୟ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।