ଶପଥ ଗ୍ରହଣ ଉତ୍ସବରେ ରୋଚକ ଦୃଶ୍ୟ, ମଞ୍ଚରେ ପହଞ୍ଚିବା ପରେ ମୋଦିଙ୍କୁ ଦେଖି ହଠାତ୍‌ ନୀତୀଶ…

ପାଟନା,୨୦।୧୧: ଜନତା ଦଳ (ୟୁନାଇଟେଡ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀଶ କୁମାର ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ରେକର୍ଡ ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ୭୪ ବର୍ଷୀୟ ନୀତୀଶ କୁମାର ୨୦୦୦ରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହୋଇଥିଲେ, କିନ୍ତୁ ମାତ୍ର ଆଠ ଦିନ ମଧ୍ୟରେ ତାଙ୍କ ସରକାରର ପତନ ଘଟିଥିଲା। ତା’ପରେ ସେ ୨୦୦୫ ମସିହାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୨୦୧୪ ପର୍ଯ୍ୟନ୍ତ କ୍ଷମତାରେ ରହିଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ଜେଡିୟୁର ଖରାପ ପ୍ରଦର୍ଶନ ପାଇଁ ସେ ଦାୟିତ୍ୱ ନେଇ ଇସ୍ତଫା ଦେଇଥିଲେ, କିନ୍ତୁ ଏହାର କିଛି ସମୟ ପରେ ପୁଣି କ୍ଷମତାକୁ ଫେରିଥିଲେ। ତେବେ ଆଜି ଶପଥ ଗ୍ରହଣ ଉତ୍ସବରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ମଞ୍ଚରେ ନୀତୀଶ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହାତଯୋଡି ନମସ୍କାର କରିଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଏବେ ତାଙ୍କ ନୂତନ କ୍ୟାବିନେଟ ବିଷୟରେ ଆଲୋଚନା କରିବା। ଏଥର କ୍ୟାବିନେଟରେ ଅନେକ ପୁରୁଣା ଏବଂ କିଛି ନୂତନ ମୁହଁ ସାମିଲ ହୋଇଛନ୍ତି। ୨୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏହା ବ୍ୟତୀତ, ଏଲଜେପି (ରାମ ବିଳାସ)ରୁ ଦୁଇଜଣ ମନ୍ତ୍ରୀ, ଏଚଏଏମ୍‌ରୁ ଜଣେ ଏବଂ ଆରଏଲଏମରୁ ଜଣେ ମନ୍ତ୍ରୀଙ୍କୁ ମଧ୍ୟ କ୍ୟାବିନେଟରେ ସାମିଲ କରାଯାଇଛି।

 

Dharitri – The Largest & Most Trusted Odia Daily