ଦିଗପହଣ୍ଡି,୧୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ଶନିବାର ଆନ୍ତଃ ଜିଲା ଖୋ – ଖୋ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ମହାକାଳ କ୍ଳବ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଟୁର୍ନାମେଣ୍ଟକୁ ବଡ଼ଖେମୁଣ୍ଡି ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁନୀଲ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଏମ୍. ଗୌରାଙ୍ଗ,ସାମଜିକ କର୍ମୀ ଏମ୍.ସୁଦର୍ଶନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଟୁର୍ନାମେଣ୍ଟ ଗଞ୍ଜାମ ଜିଲାର ଛତ୍ରପୁର, ପାଟପୁର,ଦିଗପହଣ୍ଡି, କୁକୁଡ଼ାଖଣ୍ଡି ,କବିସୂର୍ଯ୍ୟନଗର, ଏରେନଡ୍ରା, ବୁରୁପଡ଼ା, ଗିରିଶୋଲା ସମେତ ଗଜପତି ଜିଲା ଗାରାବନ୍ଧ ଗ୍ରାମର ବହୁ ସଂଖ୍ୟକ ଯୁବକ ଅଂଶଗ୍ରହଣ କରିଛନ୍ତି। ମହାକାଳ କ୍ଳବର ସଭାପତି ମୁନା ଗୌଡ଼, ଉପସଭାପତି ଅରକ୍ଷିତ ଦୋରା,ସମ୍ପାଦକ ଏ. ଗୌରୀଶଙ୍କର, ସହ ସମ୍ପାଦକ ଶଙ୍କର ସ୍ବାଇଁସ୍ଙ୍କ ସମେତ ସଦସ୍ୟ ବୃନ୍ଦ ଟୁର୍ନାମେଣ୍ଟ ପରିଚାଳନା କରିଥିଲେ। ପ୍ରଥମ ଦିନ ଖେଳ ରେ ଦିଗପହଣ୍ଡି, ଗାରାବନ୍ଧ,ପାଟପୁର ଏବଂ ଗିରିଶୋଲା ଟିମ ବିଜୟ ହୋଇ ପରବର୍ତ୍ତୀ ମ୍ୟାଚକୁ ଉନ୍ନୀତ ହୋଇଛନ୍ତି। ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଏମ. ଗୌରାଙ୍ଗ,ଶେଷଗିରି ବେହେରା, ପୂଜା ବେହେରା, ଆନନ୍ଦ ଶବର,ପୂଜା ସେଠୀ, ଡି.ମାମା ଦୋରା, ପିଙ୍କି ବେହେରା ପ୍ରମୁଖ ରେଫେରି ଭାବେ ଖେଳ ପରିଚାଳନା କରିଥିଲେ। ରବିବାର ଟୁର୍ନାମେଣ୍ଟ ଉଦଯାପିତ ହେବା କାର୍ଯ୍ୟକ୍ରମ ରହିଛି।