FILE PHOTO: The Instagram application is seen on a phone screen August 3, 2017. REUTERS/Thomas White/File Photo
ନ୍ୟୁୟର୍କ,୯।୩: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଗୁରୁବାର ସକାଳେ ଡାଉନ୍ ହୋଇଯାଇଛି। ପ୍ରାୟ ୪୬,୦୦୦ ଲୋକ ଇନଷ୍ଟାଗ୍ରାମ ଡାଉନ୍ ବୋଲି ଆଉଟେଜ୍ ଟ୍ରାକିଂ ୱେବସାଇଟ ଡାଉନ ଡିଟେକ୍ଟରରେ ଅଭିଯୋଗ କରିଛନ୍ତି। ପ୍ରାୟ ୫୦ ପ୍ରତିଶତ ଲୋକ କହିଛନ୍ତି, ଉଭୟ ଇନଷ୍ଟାଗ୍ରାମ ଆପ ଏବଂ ୱେବସାଇଟରେ ପ୍ରବେଶ କଷ୍ଟସାଧ୍ୟ ଥିଲାବେଳେ ପ୍ରାୟ ୨୦ ପ୍ରତିଶତ ଲୋକ ପ୍ଲାଟଫର୍ମରେ ଲଗ ଇନ କରିବାରେ ଅସୁବିଧା ଭୋଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସବୁଠୁ ଅଧିକ ପ୍ରଭାବ ଆମେରିକା ୟୁଜର୍ସଙ୍କ ଉପରେ ପଡିଛି। ଭାରତ ଏବଂ ଅଷ୍ଟ୍ରେଲିଆ ଇନଷ୍ଟାଗ୍ରାମ ୟୁଜର୍ସ ମଧ୍ୟ ସାଇଟ୍ ଡାଉନ୍ ନେଇ ଅଭିଯୋଗ କରିଛନ୍ତି।