**EDS: TWITTER IMAGE POSTED BY @abhishekaitc ON THURSDAY, MARCH 11, 2021** Kolkata: West Bengal Chief Minister Mamata Banerjee admitted at SSKM hospital after suffering injuries during her Nandigram visit on Wednesday, March 10, 2021. (PTI Photo)(PTI03_11_2021_000020B)
ନୂଆଦିଲ୍ଲୀ,୧୨।୩ : ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ଲାଗି ନନ୍ଦିଗ୍ରାମରୁ ନାମାଙ୍କନ ଦାଖଲ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାର ୨୪ ଘଣ୍ଟା ପୂର୍ବରୁ ପୋଲିସ କମିଶନରଙ୍କୁ ହଟାଇ ଦିଆଯାଇଥିଲା ନିର୍ବାଚନ ଦାୟିତ୍ୱରୁ। ଏହା ଏକ ବଡ଼ ଷଡ଼ଯନ୍ତ୍ର। ଆଉ ନିର୍ବାଚନ ଆୟୋଗ (ଇସି) ସୁରକ୍ଷା ଯେଗାଇବାରେ ବିଫଳ ହୋଇଥିବା ଅଭିଯୋଗ ଆଣିଥିଲା ମମତାଙ୍କ ଦଳ ତୃଣମୂଳକ କଂଗ୍ରେସ (ଟିଏମ୍ସି)।
ଏହି ଘଟଣା ଉପରେ ଗୁରୁବାର ପ୍ରତିକ୍ରିୟା ରଖିଛି ନିର୍ବାଚନ ଆୟୋଗ। ଟିଏମ୍ସି ପକ୍ଷରୁ କରାଯାଇଥିବା ଅଭିଯୋଗ ନିର୍ବାଚନ ଆୟୋଗଙ୍କ ପ୍ରତିଷ୍ଠା ଓ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି। ତେବେ ଏଥିରେ କୌଣସି ସତ୍ୟତା ନାହିଁ। ମମତାଙ୍କ ସହ ଯାହା ଘଟିଛି, ତାହା ଦୁର୍ଭାଗ୍ୟଜନକ। କିନ୍ତୁ ଏହାକୁ ପୋଲିସ ଡିଜିଙ୍କୁ ହଟାଯିବା ସହ ଯୋଡ଼ିବା ଉଚିତ ନୁହେଁ। ଆଚରଣ ବିଧି ଲାଗୁ ବେଳେ କାହାକୁ ଦାୟିତ୍ୱରେ ଦିଆଯିବ ଆଉ କିଏ ହଟିବ, ତାହା ନିର୍ବାଚନ ଆୟୋଗ ଉପରେ ନିର୍ଭର କରେ। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିବା ଜରୁରୀ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ଜୀବନ ଏବଂ ରାଜ୍ୟର ସୁରକ୍ଷା ଓ ଶୃଙ୍ଖଳା ନିୟନ୍ତ୍ରଣରେ ଅଛି ବୋଲି ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି।